କୋଲକାତା: ‘ଦିଦି ବୋଲେ ଖେଲା ହୋବେ। ବିଜେପି ବୋଲେ ଚାକିରି ହୋବେ, ଶିକ୍ଷା ହୋବେ, ହସ୍ପିଟାଲ ହୋବେ, ସ୍କୁଲ୍ ହୋବେ, ବିକାଶ ହୋବେ, ସୋନାର ବାଂଲା ହୋବେ। ଖେଲା ଶେଷ ହୋବେ, ବିକାଶ ଆରମ୍ଭ ହୋବେ।’ ଆଜି ପୂର୍ବାହ୍ନରେ ପୁରୁଲିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତାଙ୍କୁ କଟାକ୍ଷ କରି ଏଭଳି କହିଛନ୍ତି। ମୋଦୀ କହିଛନ୍ତି, ୧୦ ବର୍ଷର ତୁଷ୍ଟୀକରଣ ପରେ, ଲୋକଙ୍କ ଉପରେ ଲାଠିମାଡ଼ ପରେ ଏବେ ଦିଦି ଅଚାନକ ବଦଳି ଯାଇଥିବା ଜଣାପଡ଼ୁଛି। ଏହା ହୃଦୟର ପରିବର୍ତ୍ତନ ନୁହେଁ, କେବଳ ହାରିବା ଭୟରେ ସେ ଏଭଳି କରୁଛନ୍ତି। ରାଜ୍ୟବାସୀଙ୍କ ହାବଭାବ ଦେଖି ଦିଦି ବିଚଳିତ ହୋଇପଡ଼ିଛନ୍ତି ବୋଲି ମୋଦୀ କହିଛନ୍ତି। ଦିଦି ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ନିଜର ରାଗ ଶୁଝାଉଛନ୍ତି। ହେଲେ ଆମ ପାଇଁ ଭାରତର କୋଟି କୋଟି ଝିଅମାନଙ୍କ ଭଳି ଦିଦି ବି ଜଣେ। ମହିଳାମାନଙ୍କୁ ସମ୍ମାନ ଦେବା ଆମର ସଂସ୍କାର ଏବଂ କର୍ତ୍ତବ୍ୟ। ଦିଦିଙ୍କ ଗୋଡ଼ରେ ଲାଗିଥିବା ଆଘାତ ପାଇଁ ଦୁଃଖିତ। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ, ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ବୋଲି କହିଛନ୍ତି ମୋଦୀ।
‘ଖେଲା ଶେଷ ହୋବେ, ବିକାଶ ହୋବେ’: ମୋଦୀ
/sambad/media/post_attachments/wp-content/uploads/2021/03/4h56sh465sf4h56fs4h56fs4h564fs56hsfhfsfhfshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)