ଗେଟ୍‌ ଫାଉଣ୍ଡେସନ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସବୁଠୁ ବଡ଼ ପାଣ୍ଠିଦାତା

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ମାମଲାରେ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗ କରି ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କରିଛି। ଆମେରିକା ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ପାଣ୍ଠି ପ୍ରତ୍ୟାହାର କରିନେବା ଫଳରେ ପରିସ୍ଥିତି ଜଟିଳ ହୋଇପଡିଛି। ମାତ୍ର, ଏଭଳି ସ୍ଥିତିରେ ବିଲ୍‌ ଆଣ୍ଡ ମେଲିନ୍ଦା ଗେଟ୍‌ ଫାଉଣ୍ଡେସନ (ବିଏମ୍‌ଜିଏଫ୍‌) ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ପାଣ୍ଠି ସହାୟତା କରିବାକୁ ଆଗେଇ ଆସିଛି। ଏକ ଘରୋଇ ସଂସ୍ଥା ଗେଟ୍‌ ଫାଉଣ୍ଡେସନ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସବୁଠୁ ବଡ଼ ପାଣ୍ଠିଦାତା ପାଲଟିବାକୁ ଯାଉଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟତଃ ୪ଟି ପ୍ରମୁଖ ସଦସ୍ୟ ରାଷ୍ଟ୍ରର ପାଣ୍ଠିରେ ପରିଚାଳିତ ହେଉଥିଲା। ଏହା ସହିତ ଆଉ କେତେକ ସଂସ୍ଥା ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ପ୍ରମୁଖ ସଦସ୍ୟ ରାଷ୍ଟ୍ର ଆମେରିକା ସହାୟତା ଯୋଗାଣ ବନ୍ଦ କରିବା ପରେ ଏବେ ବିଲ୍‌ ଗେଟ୍‌ ଫାଉଣ୍ଡେସନ ଏବେ ସବୁଠାରୁ ବଡ଼ ପାଣ୍ଠି ଯୋଗାଣକାରୀ ବିବେଚିତ ହୋଇଛି। ଡବ୍ଲୁଏଚ୍‌ଓ ଏବେ ଚୀନ୍‌ ଉପରେ ଅଧିକ ନିର୍ଭର କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର