ଆଇଭିଏଫ୍‌ ଦ୍ବାରା ଗାଜିଆବାଦ, ମହିଳାଙ୍କ ଏକାବେଳକେ ୪ ସନ୍ତାନ ଜନ୍ମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ମହିଳା ଇନ୍‌-ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) ପ୍ରଯୁକ୍ତି ବ୍ୟବହାର କରି ଏକାବେଳକେ ୪ ସନ୍ତାନଙ୍କୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ବାହାଘରର ୮ ବର୍ଷ ପରେ ମଧ୍ୟ ମହିଳାଙ୍କର ସନ୍ତାନ ହେଉ ନ ଥିଲା। ତେଣୁ ସେ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇଥିଲେ। ଆଧୁନିକ ପ୍ରଯୁକ୍ତି ଅନୁସାରେ ତାଙ୍କଠାରୁ ଡିମ୍ବାଣୁ ଓ ତାଙ୍କ ସ୍ବାମୀଙ୍କଠାରୁ ଶୁକ୍ରାଣୁ ନେଇ ବିଜ୍ଞାନାଗାରରେ ନିଷିକ୍ତ କରାଯାଇ ତାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଇଥିଲା। ତେବେ ଏକାବେଳକେ ତାଙ୍କର ୪ଟି ସନ୍ତାନ ଜନ୍ମ ହେବା ଘଟଣା ଅତ୍ୟନ୍ତ ବିରଳ ବୋଲି ଡାକ୍ତରମାନେ କହିଛନ୍ତି। ମା’ ଓ ସମସ୍ତ ସନ୍ତାନ ସୁସ୍ଥ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର