ସୁପ୍ରିମ୍‌କୋର୍ଟର ବିଚାରପତି ପଦ ଲାଗି ୯ ଜଣଙ୍କ ନାମକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍ ୯ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲା। କେନ୍ଦ୍ର ସରକାର ଏହି ୯ ଜଣଙ୍କ ନାମକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ଏହି ୯ ଜଣଙ୍କ ନିଯୁକ୍ତି ପରେ ଆଉ ମାତ୍ର ଗୋଟିଏ ବିଚାରପତି ପଦ ଖାଲି ରହିବ। ନିଯୁକ୍ତି ପାଇବାକୁ ଯାଉଥିବା ବିଚାରପତିମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଷ୍ଟିସ୍ ନାଗରତ୍ନା ଯେ କି ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୨୯, ୨୦୨୭ ପର୍ଯ୍ୟନ୍ତ ଏକ ମାସରୁ କିଛି ଅଧିକ କାଳ ପାଇଁ ଦେଶର ପ୍ରଥମ ମହିଳା ପ୍ରଧାନବିଚାରପତି ହେବାର ସମ୍ଭାବନା ଅଛି। ସୁଦ୍ଧା ସୁପ୍ରିମ୍‌କୋର୍ଟ ପ୍ରାୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବାକୁ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ନିଯୁକ୍ତି ପାଇବାକୁ ଯାଉଥିବା ଉକ୍ତ ୯ ଜଣ ବିଚାରପତି ହେଲେ: ବିକ୍ରମ ନାଥ (ଗୁଜରାଟ), ଏ.ଏସ୍. ଓକା (କର୍ଣ୍ଣାଟକ), ହିମା କୋହଲି (ତେଲେଙ୍ଗାନା) ଓ ଜେ.କେ. ମାହେଶ୍ୱରୀ (ସିକିମ୍), ବି.ଭି. ନାଗରତ୍ନା (କର୍ଣ୍ଣାଟକ), ଏମ୍.ଏମ୍‌. ସୁନ୍ଦରେଶ (ମାଡ୍ରାସ), ସି.ଟି. ରବିକୁମାର (କେରଳ) ଓ ବେଲା ଏମ୍‌ ତ୍ରିବେଦୀ (ଗୁଜରାଟ) ଏବଂ ବରିଷ୍ଠ ଆଇନଜୀବୀ ପି.ଏସ୍. ନରସିଂହ।

ସମ୍ବନ୍ଧିତ ଖବର