ନୂଆଦିଲ୍ଲୀ: ସଂସଦରେ ଆଜି ବିନା ଆଲୋଚନାରେ ତିନିଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି ନିଆଯାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାକୁ ସମାଲୋଚନା କରିଛନ୍ତି। ସରକାର ଆଲୋଚନାକୁ ଡରୁଥିବା ସେ କହିଛନ୍ତି। ବିଲ୍ ପାରିତ ହେବାବେଳେ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଦଳର ନେତାମାନେ ସ୍ଲୋଗାନ ଦେଇଥିଲେ। ବିରୋଧୀଦଳର ସାଂସଦମାନେ ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ ସରକାର ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ। ଏଥିସହ ଏହି କୃଷି ଆଇନ ପ୍ରତ୍ୟହାରକୁ ରାହୁଲ ଗାନ୍ଧି ଚାଷୀଙ୍କ ସଫଳତା ବୋଲି କହିଛନ୍ତି। ବିକ୍ଷୋଭ ସମୟରେ ପ୍ରାଣ ହରାଇଥିବା ୭୫୦ ଜଣ ଚାଷୀଙ୍କ ଉପରେ ଏବଂ ଏହି ବିଲ୍ଗୁଡ଼ିକୁ କିଏ ଏବଂ କାହିଁକି ପ୍ରସ୍ତୁତ କରିଥିଲେ ତାହା ଉପରେ ଆଲୋଚନା ପାଇଁ ଚାହୁଲ ଚାହିଥିଲେ। ସେ ଆହୁରି କହିଛନ୍ତି ଯେ ଚାଷୀଙ୍କ ପୂରଣ ହୋଇନଥିବା ଦାବିଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ଏଥିରେ ଏମଏସପିର ଆଇନଗତ ଗ୍ୟାରେଣ୍ଟି, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବର୍ଷବ୍ୟାପୀ ବିକ୍ଷୋଭରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ଅନ୍ତର୍ଭୁକ୍ତ ଅଟେ। ତାଙ୍କ ନିଷ୍ପତ୍ତି ହେତୁ ଚାଷୀଙ୍କ ମୃତ୍ୟୁ ଘଟିଥିବା ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ତେଣୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେତୁ ଏହି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସେ ଦାବି କରିଛନ୍ତି।
ସରକାର ଆଲୋଚନାକୁ ଡରୁଛନ୍ତି: ରାହୁଲ
/sambad/media/post_attachments/wp-content/uploads/2021/11/654sf654f65fhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)