ଶୀତ ପାଇଁ ସରକାର ପ୍ରସ୍ତୁତ: ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଲିକ୍ବିଡ୍‌ ଅକ୍ସିଜେନ୍‌ କିଣିବେ

ନୂଆଦିଲ୍ଲୀ: ଶୀତରେ ସଂକ୍ରମଣ ବଢ଼ିବ। ସହିତ ଅଧିକ ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହେବ। ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ହେଲେ ଅକ୍ସିଜେନ୍‌ ଚାହିଦା ବି ବଢ଼ିପାରେ। ଏହି ସମୟରେ ଅକ୍ସିଜେନ୍‌ର ଅଭାବ ଦେଖାଦେବାର ସମ୍ଭାବନା ରହିଛି । ତେଣୁ ସରକାର ଏଥିପାଇଁ ଆଗୁଆ‌ ପ୍ରସ୍ତୁତ ହୋଇଗଲେଣି। ଅକ୍ସିଜେନ୍‌ ଅଭାବର ଆବଶ୍ୟକତା ପୂରଣ ପାଇଁ ସରକାର ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଲିକ୍ବିଡ୍‌ ଅକ୍ସିଜେନ୍‌ କ୍ରୟ କରିବେ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଚଏଲ୍‌ଏଲ୍‌ ଲାଇଫ୍‌କେୟାର ଲିମିଟେଡ୍‌ ପକ୍ଷରୁ ଟେଣ୍ଡର ଡକାଯାଇଛି। ତେବେ ଅକ୍ସିଜେନ୍‌ ଆମଦାନୀ ସହ ଏହାର ବଣ୍ଟନରେ ମୋଟ୍‌ ୬୦୦ରୁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଗତକାଲି ସୁଦ୍ଧା ଦେଶରେ ପ୍ରାୟ ୩.୯୭ ପ୍ରତିଶତ କୋଭିଡ୍‌ ରୋଗୀ ଅକ୍ସିଜେନ୍‌ ସପୋର୍ଟରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ୦.୪୦ ପ୍ରତିଶତ ରୋଗୀ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି।

ସମ୍ବନ୍ଧିତ ଖବର