ନୂଆଦିଲ୍ଲୀ: କେନ୍ଦ୍ର ସରକାର ବାହାରୁ ପ୍ରାୟ ସାଢ଼େ ୪ ଲକ୍ଷ ରେମଡେସିଭିର ଇଞ୍ଜେକ୍ସନ ଆମଦାନି କରିବାକୁ ଅଗ୍ରିମ ଦେଇଥିବା ବେଳେ ଆଜି ରାତି ସୁଦ୍ଧା ୭୫,୦୦୦ ଇଞ୍ଜେକ୍ସନ୍ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଇଛି। ଦେଶରେ ଦେଖାଦେଇଥିବା ଏହି ଭୂତାଣୁବିରୋଧୀ ଔଷଧର ଅଭାବକୁ ଦୃଷ୍ଟିରେ ରଖି ସରକାର ଚାହିଦା ପୂରଣ ପାଇଁ ବିଦେଶ ରାଷ୍ଟ୍ରରୁ ସେସବୁ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉ କି, ଦେଶରେ ସମ୍ପ୍ରତି ଅଣାୟତ୍ତ ହୋଇ ପଡ଼ିଥିବା ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣ ପରିପ୍ରେକ୍ଷୀରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ରେମଡେସିଭିର ଔଷଧର ଚାହିଦା ଖୁବ୍ ବଢ଼ିଯାଇଛି। ଅପରପକ୍ଷେ, ଦେଶରେ ଉପଲବ୍ଧ ରେମଡେସିଭିର ପରିମାଣ ଯଥେଷ୍ଟ ହେଉନଥିବା ସାଙ୍ଗକୁ ଏହାର ବ୍ୟାପକ କଳାବଜାର ଓ ନକଲି କାରବାର ମଧ୍ୟ ଦେଖିବାକୁ ମିଳିଛି। ତେଣୁ ସରକାର ଅଧିକୃତ ସଂସ୍ଥା ଏଚ୍ଏଲ୍ଏଲ୍ ଲାଇଫ୍କେୟାର ଲି. ପକ୍ଷରୁ ଆମେରିକାର ଜିଲିଆଡ୍ ସାଇନ୍ସେସ ଓ ଇଜିପ୍ଟର ଇଭା ଫାର୍ମାଠାରୁ ବର୍ତ୍ତମାନ ପାଇଁ ଏହି ୪.୫ ଲକ୍ଷ ଇଞ୍ଜେକ୍ସନ ମଗାଇଥିବା ଜଣାଯାଇଛି।
ସରକାର ଆମଦାନି କରିବେ ୪.୫ ଲକ୍ଷ ରେମଡେସିଭିର ଇଞ୍ଜେକ୍ସନ୍
/sambad/media/post_attachments/wp-content/uploads/2021/04/Remdesivir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)