ତିରୁଅନନ୍ତପୁରମ୍ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କହିଛନ୍ତି ଯେ ଭାରତରେ ଜନ୍ମିତ ପ୍ରତ୍ୟେକ ମଣିଷକୁ ହିନ୍ଦୁ କୁହାଯିବା ଉଚିତ ଏବଂ ତାଙ୍କୁ ବି ଲୋକେ ହିନ୍ଦୁ କୁହନ୍ତୁ। ଏକ ହିନ୍ଦୁ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ସ୍ବର୍ଗତ ସାର୍ ସୟଦ ଖାନ୍‌ଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ, ‘ଆପଣମାନେ ମୋତେ ହିନ୍ଦୁ କୁହନ୍ତୁ।’

Advertisment

ଖାନ୍ କହିଲେ, ଇଂରେଜ ଶାସନ ଅମଳରେ ବିଧାନ ପରିଷଦ ସଦସ୍ୟ ଭାବରେ କାର୍ଯ୍ୟକାଳ ପୂରିବା ପରେ ସାର୍ ସୟଦ ଖାନ୍‌ଙ୍କୁ ଆର୍ଯ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେତେବେଳେ ସମାଜ ସଂସ୍କାରକ-ଶିକ୍ଷାବିତ୍ ତଥା ଆଲିଗଡ଼ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଆର୍ଯ୍ୟସମାଜ ସଦସ୍ୟମାନଙ୍କୁ ପଚାରିଥିଲେ, ସେମାନେ ତାଙ୍କୁ କାହିଁକି ହିନ୍ଦୁ କହୁନାହାନ୍ତି। ସେ କହିଥିଲେ ଯେ ‘ହିନ୍ଦୁ’କୁ ସେ ଏକ ଧାର୍ମିକ ଶବ୍ଦ ବୋଲି ବିଚାର କରନ୍ତି ନାହିଁ। ହିନ୍ଦୁ ଏକ ଧାର୍ମିକ ନୁହେଁ, ଭୌଗୋଳିକ ଶବ୍ଦ ବୋଲି ସୟଦ ଅହମଦ ଖାନ୍ କହିଥିଲେ।

ଆଲିଗଡ଼ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଉକ୍ତିକୁ ଉଦ୍ଧାର କରି ଖାନ୍ କହିଥିଲେ- ଯେଉଁ ବ୍ୟକ୍ତି ଭାରତରେ ଜନ୍ମ ହୋଇଛନ୍ତି, ଭାରତରେ ଉତ୍ପାଦିତ ଖାଦ୍ୟ ଖାଇ ଓ ଭାରତର ନଦୀର ଜଳ ପିଇ ଯିଏ ବଡ଼ ହୋଇଛନ୍ତି, ନିଜକୁ ହିନ୍ଦୁ ବୋଲି କହିବାର ଅଧିକାର ତାଙ୍କର ଅଛି। ସେହି ଦୃଷ୍ଟିରୁ ଆପଣ ମୋତେ ହିନ୍ଦୁ ବୋଲି କହିପାରନ୍ତି ବୋଲି ରାଜ୍ୟପାଳ ଖାନ୍ କହିଥିଲେ।