ବିଦ୍ରୋହୀ ବିଧାୟକଙ୍କ ପାଇଁ ଗୌହାଟୀ ହୋଟେଲରେ ୭୦ ରୁମ୍‌, କେବଳ ରୁମ୍‌ ପାଇଁ ୫୭ ଲକ୍ଷ

ଖାଦ୍ୟ ଏବଂ ଅନ୍ୟାନ୍ୟ ସେବା ବାବଦରେ ୮ଲକ୍ଷ

ଗୌହାଟୀ: ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା‌ ବିଧାୟକମାନେ ଗୌହାଟୀର ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି। ମିଳିଥିବା ସୂଚନାନୁଯାୟୀ ଗୌହାଟୀର ରାଡିସନ୍‌ ବ୍ଲୁ ହୋଟେଲ୍‌ରେ ୭ ଦିନ ପାଇଁ ୭୦ ରୁମ୍‌ ବୁକ୍‌ ହୋଇଛି। ୭ ଦିନ ପାଇଁ ହୋଟେଲ୍‌ ରୁମ୍‌ର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ବୋଲି ହୋଟେଲ୍‌ ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ବିଧାୟକମାନଙ୍କର ଖାଇବା ଏବଂ ଅନ୍ୟାନ୍ୟ ସେବା ବାବଦକୁ ଦୈନିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରାଯାଇଛି। ହୋଟେଲରେ ୧୯୬ଟି ରୁମ୍‌ ରହିଛି। କେବଳ ୭୦ଟି ରୁମ୍‌ ବିଧାୟକଙ୍କ ପାଇଁ ବୁକ୍‌ ହୋଇଛି। କିନ୍ତୁ ଅନ୍ୟ ସବୁ ରୁମ୍‌ ପାଇଁ ଏବେ ହୋଟେଲ୍‌ ମ୍ୟା‌ନେଜମେଣ୍ଟ ବୁକିଂ ବନ୍ଦ ରଖିଛନ୍ତି। ଏହାବାଦ ବିଧାୟକମାନେ ଚାର୍ଟଡ୍‌ ବିମାନରେ ଯାତାୟତ କରୁଛନ୍ତି। ଏନେଇ ମଧ୍ୟ ପ୍ରବଳ ଖର୍ଚ୍ଚ ହେଉଛି।

ସମ୍ବନ୍ଧିତ ଖବର