ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଜ୍ଞାନବାପି- କାଶୀ ବିଶ୍ବନାଥ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଜ୍ଞାନବାପି ମସଜିଦ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ର ସୁରକ୍ଷା ପାଇଁ ମେ’ ୧୭ ତାରିଖରେ ଯେଉଁ ଅନ୍ତରୀଣ ରାୟ ଦେଇଥିଲେ ତାହା ବୃଦ୍ଧି କରିଛନ୍ତି। ହିନ୍ଦୁ ପକ୍ଷଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ , ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ଆଜି ଏହି ରା‌ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମେ’ ୧୭ ତାରିଖର ଅନ୍ତରୀଣ ରାୟ ବଳବତ୍ତର ରହିବ।

Advertisment

ଉଲ୍ଲେଖଯୋଗ୍ୟ, ସୁପ୍ରିମେକୋର୍ଟ ମେ’ ୧୭ ତାରିଖରେ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୨ ତାରିଖରେ କୋର୍ଟଙ୍କ ରାୟର ଅବଧି ଶେଷ ହେଉଥିବାରୁ ହିନ୍ଦୁ ପକ୍ଷ ଏହାକୁ ବୃଦ୍ଧି କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆଜି ବାରଣାସୀ ଜିଲ୍ଲାପାଳଙ୍କୁ ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।