ଦିଲ୍ଲୀରେ ଖୁବ୍ ଶୀଘ୍ର ହଟିବ କଟକଣା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ସଂକ୍ରମଣ ମାମଲା ଯଦି ଆସନ୍ତା ୨ରୁ ୩ ଦିନରେ କମିଯାଏ ତେବେ କଟକଣା ହଟାଯିବ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସଂକ୍ରମଣ ମାମଲା ୨୪ ହଜାର ରହିପାରେ। ଦିଲ୍ଲୀରେ ପଜିଟିଭ୍‌ ହାର ୨୫ ପ୍ରତିଶତ ଟପିଯାଇଛି। ଏହା ୭ ମାସରେ ସର୍ବାଧିକ। କିନ୍ତୁ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ କରୋନା ମାମଲା ସ୍ଥିର ରହିଛି ଏବଂ ସଂକ୍ରମଣ ମାମଲା କମିବାର ସମ୍ଭାବନା ରହିଛି। ମୁମ୍ବାଇରେ ମଧ୍ୟ ସଂକ୍ରମଣ କମୁଛି। ଦିଲ୍ଲୀରେ ଯଦି ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟ‌ରେ ସଂକ୍ରମଣ କମିଯାଏ ‌ତେବେ ଖୁବ୍‌ଶୀଘ୍ର କଟକଣା ହଟିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ସଂକ୍ରମଣ ବ୍ୟାପିବାର ତୀବ୍ରତା କମିଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି କହିଛନ୍ତି।

ସମ୍ବନ୍ଧିତ ଖବର