ନୂଆଦିଲ୍ଲୀ: ଆସନ୍ତାକାଲି ମହାନଦୀ ଜଳବିବାଦ ମାମଲାର ଶୁଣାଣି ହେବ। ଶୁଣାଣିରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରିବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ମହାନଦୀ ଅବବାହିକା ଅଞ୍ଚଳର ଉପଅବବାହିକାଗୁଡ଼ିକର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ଲାଗି ଓଡ଼ିଶା ଓ ଛତିଶଗଡ଼ର ଅନେକ ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଦୂର ହୋଇଥିଲେ ମଧ୍ୟ ଆଉ କିଛି ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଜାରିରହିଛି। ଓଡ଼ିଶା ଦ୍ବାରା ଛତିଶଗଡ଼କୁ ଗତ ଡିସେମ୍ବର ୨୭ରେ ଯେଉଁ ଡିଜିଟାଲ୍ ଏଲିଭେସନ୍ ମଡେଲ୍ (ଡିଇଏମ୍) ଫାଇଲ୍ ପଠାଯାଇଥିଲା ତା’ ଉପରେ ଛତିଶଗଡ଼ ବୈଷୟିକ ଟିମ୍ ମତାମତ ରଖିନାହିଁ। ଫାଇଲ୍ରେ ରହିଥିବା ଅସଂଗତି ଉପରେ ମତାମତ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଆସେସର୍ଙ୍କୁ ଅନୁରୋଧ କରାଯାଇଥିଲା। ଆସେସରଙ୍କ ଦ୍ବାରା ଦୁଇ ରାଜ୍ୟର ବୈଷୟିକ ଟିମ୍ ସହିତ ଚଳିତ ମାସ ୧୬ରେ ବୈଠକ କରାଯିବ ବୋଲି ଟିବ୍ୟୁନାଲଙ୍କୁ ଅବଗତ କରାଯାଇଛି।
ଉଭୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଆସେସରଙ୍କ ଉପସ୍ଥିତିରେ ନିୟମିତ ବୈଠକ କରିବାକୁ ଗତ ନଭେମ୍ବର ୧୯ ଣୁଣାଣି ବେଳେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଆଧାରରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଗୁଡ଼ିକର ସମସ୍ତ ବିବରଣୀ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟପ୍ରଦେଶ ସରକାର ସତ୍ୟପାଠ ଦାଖଲ କରିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/37-5.jpg)