ଓକିଲ ମାସ୍କ ନପିନ୍ଧିବାରୁ ଶୁଣାଣି କରିବାକୁ ମନା କଲେ ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ ନିକଟରେ ଏକ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ। ତେବେ ଏହାର କାରଣ ଥିଲା ମାସ୍କ। ଆବେଦନକାରୀଙ୍କ ଓକିଲ କୋର୍ଟରେ ମାସ୍କ ପିନ୍ଧିନଥିବାରୁ ବିଚାରପତି ଶୁଣାଣି କରିବାକୁ ମନା କରିଦେଲେ। ଗତ ୨୨ ତାରିଖରେ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ପୃଥ୍ବିରାଜ ଚହ୍ବାନ୍‌ ଏକ ଆବେଦନ ଉପରେ ଶୁଣାଣି କରିବା ସମୟରେ କୋର୍ଟରେ ଉପସ୍ଥିତ ଥିବା ଓକିଲ ମାସ୍କ ପିନ୍ଧିନଥିଲେ। ହାଇକୋର୍ଟଙ୍କ ଦ୍ବାରା ଜାରି ଏସ୍‌ଓପିକୁ ଦର୍ଶାଇ ବିଚାରପତି ଶୁଣାଣି କରିବାକୁ ମନା କର‌ଦେଇଥିଲେ। ବିଚାରପତି କହିଥି‌ଲେ, କୋର୍ଟରୁମ୍‌ରେ ସବୁ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସମ୍ବନ୍ଧିତ ଖବର