୫ ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା: ଆରୋଗ୍ୟଙ୍କ ସଂଖ୍ୟା ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ୨୦ ହଜାରରୁ କମ୍‌ ରହିଛି। ବିଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ମାମଲା ୧୯,୦୭୯ ଥିବାବେଳେ ୨୨୪ ଜଣଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୦୩,୦୫,୭୮୮ ପହଞ୍ଚିଛି ଏବଂ ୧,୪୯,୨୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପ‌କ୍ଷେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୯୯ ଲକ୍ଷ ଟପିଯାଇଛି। ମୋଟ୍‌ ୯୯,୦୬,୩୮୭ ଜଣ କରୋନାରୁ ସୁସ୍ଥ ‌ହୋଇଛନ୍ତି। ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି। ଦେଶରେ ୫ଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହ‌ୁଛି। ମୋଟ୍‌ ସକ୍ରିୟ ମାମଲାର ୬୨ ପ୍ରତିଶତ ଏହି ୫ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଏହି ରାଜ୍ୟଗୁଡ଼ିକ ହେଉଛି କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼। ଦେଶରେ ଏବେ ସକ୍ରିୟ ମାମଲା ୨୫୪,୨୫୪ ଥିବା ବେଳେ କେବଳ ଏହି ୫ ଟି ରାଜ୍ୟର ସକ୍ରିୟ ମାମଲା ୧୫୭,୧୦୬ ରହିଛି। କେରଳରେ ସକ୍ରିୟ ମାମଲା ୬୫,୩୮୧ ଥିବାବେଳେ ମହାରାଷ୍ଟ୍ରରେ ୫୪,୦୪୫, ଉତ୍ତରପ୍ରଦେଶରେ ୧୪,୨୬୦, ପଶ୍ଚିମବଙ୍ଗରେ ୧୧,୯୮୫ ଏବଂ ଛତିଶଗଡ଼ରେ ସକ୍ରିୟ ମାମଲା ୧୧,୪୩୫ ରହିଛି।

ସମ୍ବନ୍ଧିତ ଖବର