ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପ ବିପଦ ଭାରତକୁ ମଧ୍ୟ ରହିଛି। ତୁର୍କୀ ଓ ସିରିଆ ପରି ବଡ଼ ଧରଣର ଭୂକମ୍ପ ଭାରତରେ ବି ଅନୁଭୂତ ହୋଇପାରେ ବୋଲି ଆଇଆଇଟି କାନପୁରର ଆର୍ଥ ସାଇନ୍ସ ବିଭାଗର ଜନୈକ ବରିଷ୍ଠ ବୈଜ୍ଞାନିକ ମତ ଦେଇଛନ୍ତି। ଭୂକମ୍ପର କାରଣ, ଫଳାଫଳ ଓ ନିରାକରଣ ଉପରେ ଅନେକ ବର୍ଷ ଧରି ଗବେଷଣା କରିଆସୁଥିବା ପ୍ରଫେସର ଜାଭେଦ ମଲିକ କହିଛନ୍ତି ଯେ ଭାରତର କେତେକ ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇପାରେ।
ଆସନ୍ତା ଏକ ବା ଦୁଇ ବର୍ଷ ଭିତରେ କିମ୍ବା ଏକ ବା ଦୁଇ ଦଶନ୍ଧି ଭିତରେ ଯେକୌଣସି ସମୟରେ ଏପରି ଭୂକମ୍ପ ଅନୁଭୂତ ହୋଇପାରେ। ସେ କହିଛନ୍ତି ଯେ ଏପରି ଭୂକମ୍ପ ଭାରତର ହିମାଳୟ ଅଞ୍ଚଳ କିମ୍ବା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ଦେଖାଯାଇପାରେ। ତେଣୁ ଏବେଠାରୁ ପ୍ରତି ସ୍ତରରେ ସତର୍କ ରହିବା ଦରକାର।
/sambad/media/post_attachments/wp-content/uploads/2021/12/himalaya-750x430.jpg)
The Wire Science
ପ୍ରଫେସର ମଲିକ ଭାରତର ଭୂକମ୍ପପ୍ରବଣ କଚ୍ଛ, ଆଣ୍ଡାମାନ ଓ ଉତ୍ତରାଖଣ୍ଡ ଅଞ୍ଚଳ ଉପରେ ଗବେଷଣା କରିଆସୁଛନ୍ତି। ଭୂକମ୍ପକୁ ଦୃଷ୍ଟିରେ ରଖି ଭାରତକୁ ପାଞ୍ଚଟି ଜୋନ୍ (ଅଞ୍ଚଳ)ରେ ବିଭକ୍ତ କରାଯାଇଛି। ସବୁଠାରୁ ବିପଜ୍ଜନକ ହେଉଛି ଜୋନ୍-୫। ଏହା କଚ୍ଛ, ଆଣ୍ଡାମାନ-ନିକୋବର ଓ ହିମାଳୟ ଅଞ୍ଚଳକୁ ନେଇ ଗଠିତ। ଜୋନ୍-୪ ଭିତରେ ରହିଛି ବାହରାଇଚ ସମେତ ତରାଇ ଅଞ୍ଚଳ, ଲଖିମପୁର, ପିଲିଭିତ, ଗାଜିଆବାଦ, ରୁଡ଼କୀ ଓ ନୈନିତାଲ। ଜୋନ୍-୩ ଭିତରେ ଅଛି କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ ସୋନଭଦ୍ରା ପ୍ରଭୃତି।
ପ୍ରଫେସର ମଲିକଙ୍କ କହିବା ଅନୁସାରେ ଭୂମିତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକ ଭିତରେ ଘର୍ଷଣ ଯୋଗୁ ଭୂକମ୍ପ ଅନୁଭୂତ ହୋଇଥାଏ। ଏଥିରୁ ସୃଷ୍ଟ ଏନର୍ଜି ଅଫ୍ ଟେନସନ (ଚାପ) ହେଉଛି ଭୂକମ୍ପର କାରଣ। ଯଦି ସେହି ଏନର୍ଜି ଅଧିକ ହୁଏ ତେବେ ଭୂକମ୍ପ ବହୁତ ବଡ଼ ଧରଣର ହୋଇଥାଏ। ତୁର୍କୀ ଭୂକମ୍ପର ତୀବ୍ରତା ହେଉଛି ୭.୮ ଏବଂ ଭାରତରେ ୨୦୦୪ରେ ଗୁଜରାଟରେ ଯେଉଁ ଭୂକମ୍ପ ଅନୁଭୂତ ହୋଇଥିଲା ତାହାର ତୀବ୍ରତା ଥିଲା ୯.୧ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/himalay.jpg)