କଂଗ୍ରେସର ଚିନ୍ତାଧାରା ଏବେ ବି ଗଣତନ୍ତ୍ର ବିରୋଧୀ: ଶାହ

ଗଣତନ୍ତ୍ରକୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଏମର୍ଜେନ୍ସି ଜାରି ହେବାର ଦୀର୍ଘ ୪୫ ବର୍ଷ ବିତିଯାଇଥିଲେ ମଧ୍ୟ କଂଗ୍ରେସରେ ଦଳ ଏବଂ ଦେଶ ପରିବର୍ତ୍ତେ ଗୋଟିଏ ପରିବାରର ସ୍ବାର୍ଥକୁ ଏବେ ବି ପ୍ରାଧାନ୍ୟ ଦିଆଯାଇଛି। ଦୀର୍ଘ ୪୫ ବର୍ଷ ବିତିଯାଇଥିଲେ ମଧ୍ୟ କଂଗ୍ରେସର ଚିନ୍ତାଧାରା ଗଣତନ୍ତ୍ର ରହିଛି‌ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି। ଉଲ୍ଲେଖଯୋଗ୍ୟ ୧୯୭୫ ଜୁନ୍‌ ୨୫ ତାରିଖରେ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମେର୍ଜନ୍ସି ଜାରି କରିଥିଲେ। ଶାହ କହିଛନ୍ତି, ଗୋଟିଏ ପରିବାରର କ୍ଷମତା ଲୋଭ ପାଇଁ ଦେଶରେ ଏମର୍ଜେନ୍ସି ଜାରି ହେଲା ଏବଂ ରାତାରାତି ଦେଶ ଏକ ଜେଲ୍‌ରେ ପରିଣତ ହୋଇଗଲା। ତେବେ ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ୟମ ବଳରେ ‌ଦେଶରୁ ଏମର୍ଜେନ୍ସି ହଟିଲା।

ଦେଶରେ ଗଣତନ୍ତ୍ର ପୁନଃ ସ୍ଥାପିତ ହେଲା କିନ୍ତୁ କଂଗ୍ରେସ‌ରେ ଏବେ ବି ଏହାର ଅଭାବ ରହିଛି। ଶାହ କହିଛନ୍ତି ଚଳିତ ସପ୍ତାହ ଆରମ୍ଭରେ ଏକ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ)‌ରେ କଂଗ୍ରେସର କିଛି ଯୁବ ଏବଂ ବରିଷ୍ଠ ନେତାମାନେ କିଛି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କରାଯାଇନଥିଲା ଏବଂ ମୁଖପାତ୍ରଙ୍କୁ ବହିଷ୍କାର କରାଯାଇଥିଲା। ସବୁଠୁ ବଡ଼ ଅପ୍ରୀୟ ସତ ହେଉଛି ନେତାମାନେ କଂଗ୍ରେସରେ ଅଣନିଶ୍ବାସୀ ହୋଇ ଯାଉଛନ୍ତି। କଂଗ୍ରେସ ଏହାର ଏମର୍ଜେନ୍ସି ଚିନ୍ତାଧାରାକୁ ହଟାଇବା ଉଚିତ୍‌ ବୋଲି ଶାହ କହିଛନ୍ତି।

ଗଣତନ୍ତ୍ରକୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ସରକାରଙ୍କ ଅମଳରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଲ୍ୟୁଟ କରିଛନ୍ତି। ଦେଶ ସେହି ବ୍ୟକ୍ତିମାନଙ୍କ ତ୍ୟାଗକୁ କେବେ ବି ଭୂଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ଦେଶସ୍ବାର୍ଥରେ ଅକଥନୀୟ ନିର୍ଯାତନା ଭୋଗିଛନ୍ତି ସେମାନଙ୍କ ଶତ ଶତ ପ୍ରଣାମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ନେଇ ସେ ହିନ୍ଦୀ ଭାଷାରେ ଏକ ଟ୍ବିଟ୍ କରିଛନ୍ତି। ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀକାଳନୀ ପରିସ୍ଥିତି ଜାରି କରାଯାଇଥିଲା। ଗତବର୍ଷ ସେ ତାଙ୍କ ମନ୍‌ କୀ ବାତ୍‌ରେ ଜରୁରୀକାଳୀନ ବେଳ ସମ୍ପର୍କରେ ଦେଇଥିବା ବକ୍ତବ୍ୟର କ୍ଲିପ୍‌କୁ ଏଥିରେ ଯୋଡ଼ିଛନ୍ତି।

ସମ୍ବନ୍ଧିତ ଖବର