ଜାତୀୟ ଯୁଦ୍ଧ ସ୍ମାରକୀରେ ଆଜି ବିଲୟ ହେବ ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ : ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ରେ ୫୦ ବର୍ଷ ଧରି ପ୍ରଜ୍ଜଳିତ ଥିବା ଅମର ଯବାନ ଜ୍ୟୋତିର ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯିବ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରି ୧୯୭୨ରେ ଏହାର ଉଦ୍‌ଘାଟନ କରିଥିଲେ। ଆଜି ଅପରାହ୍ନରେ ଏହି ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ ହେବ।

ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିବା ମଶାଲ ଏବେ ଜାତୀୟ ଯୁଦ୍ଧ ସ୍ମାରକୀରେ ପରିବର୍ତ୍ତିତ ହୋଇଯିବ। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିଥିଲେ। ସ୍ବାଧୀନ ଭାରତରେ ବିଭିନ୍ନ ଯୁଦ୍ଧ ଓ ସଂଘର୍ଷରେ ସହିଦ ହୋଇଥିବା ୨୬ ହଜାରରୁ ଅଧିକ ଯବାନଙ୍କ ନାମ ଏହି ସ୍ମାରକୀରେ ରହିଛି।

ସମ୍ବନ୍ଧିତ ଖବର