ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିଲେ ମଧ୍ୟ ଦୁଇଦେଶର ଲୋକଙ୍କ ମଧ୍ୟରେ ମାନବିକତା ମରିନାହିଁ। ସୂଚନା ଅନୁଯାୟୀ, ଗତମାସରେ ସମୁଦ୍ର ଭିତରେ ଯାଉଥିବା ପାକିସ୍ତାନର ଏକ ଜାହାଜର କ୍ୟାପଟେନଙ୍କୁ ହୃଦଘାତ ହୋଇଥିଲା। ଚିକିତ୍ସା ପାଇଁ ଜାହାଜ ପକ୍ଷରୁ ସହାୟତା ଲୋଡାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆଗେଇ ଯାଇଥିଲା। ଏମ ଭି ହେକଲ୍ ନାମକ ଜାହାଜର ମାଷ୍ଟର କ୍ୟାପଟେନ ବଦର ହସନେନ୍ଙ୍କୁ ବିଶାଖାପଟନମ୍ର କ୍ବିନ୍ସ ଏନଆରଆଇ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ରୋଗ ଚିହ୍ନଟ କରାଯିବା ସହିତ ଅଧିକ ଚିକିତ୍ସା କରାଯାଇଥିଲା। କ୍ୟାପଟେନ୍ ହସନେନ୍ ଏବେ ସୁସ୍ଥ ହୋଇ ଅଟ୍ଟାରି-ୱାଘା ସୀମା ବାଟେ ପାକିସ୍ତାନକୁ ଫେରି ଯାଇଛନ୍ତି। ଭାରତ ସରକାର ଓ ଭାରତୀୟ ଡାକ୍ତରମାନଙ୍କ ଏଭଳି ଉଦାର ମନୋଭାବ ଓ ଚିକିତ୍ସାକୁ କ୍ୟାପଟେନଙ୍କ ଝିଅ ଉଚ୍ଚ ପ୍ରଶଂସା କରିଛନ୍ତି।
ପାକିସ୍ତାନୀ କ୍ୟାପଟେନଙ୍କୁ ସାହାଯ୍ୟ କଲା ଭାରତୀୟ ତଟରକ୍ଷୀ ବାହିନୀ
/sambad/media/post_attachments/wp-content/uploads/2020/05/India-Pakistan-flags.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)