Bangladesh: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ ଆକ୍ରମଣ ହେଉଛି । 

Advertisment

ଆହୁରି ପଢନ୍ତୁ : Bhubaneswar Temperature Drops: ଚଳଚଞ୍ଚଳ ରାଜଧାନୀ ଠପ୍, ହାତଗୋଡ଼ କୋଲ ମାରିଲା, ତାପମାତ୍ରା ୧୧.୯ ଡିଗ୍ରିକୁ ଖସିଲା

ବିଶ୍ୱ ହିନ୍ଦୁ ପରିଷଦ  ଆଜି ଅର୍ଥାତ୍ ଡିସେମ୍ବର ୨୩, ୨୦୨୫ରେ ଦିଲ୍ଲୀରେ ପ୍ରତିବାଦ କରୁଛି। ନିକଟରେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା, ଏହାର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି। ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସକାଳ ୧୧ଟାରୁ ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଛନ୍ତି। କିନ୍ତୁ ଏହାକୁ ବାଂଲାଦେଶ ନିଜ ଦୂତାବାସ ଉପରେ ଆକ୍ରମଣ ବୋଲି ଭାବୁଛି ଓ ଏଥିପାଇଁ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରିଛି।

ଆହୁରି ପଢନ୍ତୁ : Priyanka Gandhi Has Potential: ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ: କଂଗ୍ରେସ ସାଂସଦ

ମଙ୍ଗଳବାର ସକାଳ ୧୦ଟା ପୂର୍ବରୁ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇଥିଲା। ଏହି ଅବସରରେ ଭାରତର ଡେପୁଟି ହାଇକମିସନର ମଧ୍ୟ ଉପସ୍ଥିତ ଥିଲେ। ବାଂଲାଦେଶ ବୈଦେଶିକ ସଚିବ ଅସଦ ଅଲ-ସିଆମ ହାଇକମିସନରଙ୍କୁ ଡକାଯାଇଥିଲା।

ବୈଦେଶିକ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତର ବିଭିନ୍ନ ସ୍ଥାନରେ ବାଂଲାଦେଶ ମିସନକୁ ନେଇ ବଢ଼ୁଥିବା ସୁରକ୍ଷା ଚିନ୍ତା ଯୋଗୁଁ ବର୍ମାଙ୍କୁ ଡକାଯାଇଥିଲା। ଭାରତରେ ସମସ୍ତ ବାଂଲାଦେଶ ମିସନର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା। ସେପଟେ ବାଂଲାଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ବିଶେଷକରି ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ୁଛି।