ଭାରତୀୟ ନୌସେନା ଆଣିବ ଶସ୍ତା ପିପିଇ
ଜାତିସଂଘ: କୌଣସି ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ଲାଗି ଉଦ୍ଦିଷ୍ଟ ବ୍ୟକ୍ତିଗତ ସୁରକ୍ଷାପ୍ରଦ ସରଞ୍ଜାମ(ପିପିଇ) ନିର୍ମାଣ କରିବା ପାଇଁ ଭାରତୀୟ ନୌସେନା ଆଗେଇ ଆସିଛି। ଏପରିକି ଏହାଦ୍ବାରା ବିକଶିତ ଏକ ପ୍ରକାର ଶସ୍ତା ପିପିଇର ଗଣପ୍ରସ୍ତୁତି ପାଇଁ ମଧ୍ୟ ଅନୁମୋଦନ ମିଳିସାରିଛି। ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ର୍ଡିଓ)ର ସହଯୋଗୀ ସଂସ୍ଥା ନୂଆଦିଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ମେଡିସିନ୍ ଆଣ୍ତ୍ ଆଲାଏଡ୍ ସାଇନ୍ସେସ୍(ଆଇଏନ୍ଏମ୍ଏଏସ୍) ଦ୍ବାରା ଏହି ପିପିଇର ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଏହାର ଗଣପ୍ରସ୍ତୁତି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନାଭାଲ୍ ମେଡିସିନ୍ ଏବଂ ନାଭାଲ୍ ଡକ୍ୟାର୍ଡ ଦ୍ବାରା ପ୍ରସ୍ତୁତ ଏହି ପିପିଇ ବର୍ତ୍ତମାନ ବଜାରରେ ମିଳୁଥିବା ଅନ୍ୟାନ୍ୟ ପିପିଇ ତୁଳନାରେ ଯଥେଷ୍ଟ ଶସ୍ତା ହେବ ବୋଲି କୁହାଯାଉଛି। ଏହାର ବିଶେଷତ୍ବ ହେଲା, ଏକ ସ୍ବତନ୍ତ୍ର ଧରଣର କପଡ଼ାରେ ତିଆରି ଏହି ପିପିଇ ଦେଇ ବାୟୁ ଚଳାଚଳ ସୁଗମ ହେବା ଦ୍ବାରା ବ୍ୟବହାରୀକାରୀଙ୍କ ଶ୍ବାସକ୍ରିୟାରେ ଅସୁବିଧା ରହିବ ନାହି। ସେହିପରି କରୋନାଭୂତାଣୁ ରୋଗୀଙ୍କୁ ପ୍ରତ୍ୟକ୍ଷରେ ସାମନା କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଡିଆର୍ଡିଓ ପକ୍ଷରୁ ଏହି ଅବସରରେ ଏକ ପ୍ରକାର ବିଶେଷ ଧରଣର ଜୈବକୁର୍ତ୍ତା(ବାୟୋ ସୁଟ୍) ମଧ୍ୟ ନିର୍ମାଣ କରାଯାଇଛି, ଯାହା କି ସେମାନଙ୍କୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ।