ଗାନ୍ଧୀନଗର: ଅର୍ଦ୍ଧ-ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବାରମ୍ବାର ଗାଈ, ମଇଁଷି ପ୍ରଭୃତିଙ୍କ ଦେହରେ ମାଡ଼ ହୋଇ କ୍ଷତିଗ୍ରସ୍ତ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି। ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ଏହି ଟ୍ରେନ୍ ଶନିବାର ଏକ ଷଣ୍ଢ ଦେହରେ ମାଡ଼ ହୋଇ ଏହାର ଅଗ୍ରଭାଗ କ୍ଷତିଗ୍ରସ୍ତ ହୋଇଛି। ମାସକ ଭିତରେ ଘଟିଥିବା ଏହା ହେଉଛି ତୃତୀୟ ଘଟଣା। ପଶ୍ଚିମ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁରଙ୍କ କହିବା ଅନୁସାରେ, ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନ ଅନ୍ତର୍ଗତ ଅତୁଲଠାରେ ଏକ ଷଣ୍ଢ ଟ୍ରେନ୍ ଆଗରେ ପଡ଼ିଯାଇଥିଲା।

Advertisment

ସକାଳ ୮ଟା ୧୭ରେ ଘଟଣା ଘଟିଥିବା ବେଳେ ଟ୍ରେନ୍‌ଟି ପ୍ରାୟ ୧୫ ମିନିଟ୍ ଅଟକିଥିଲା। ଟ୍ରେନ୍‌ର ଡ୍ରାଇଭର କୋଚ୍‌ର ଗୋଜିଆ ଅଗ୍ରଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହା ଚାଲିବାରେ କୌଣସି ଅସୁବିଧା ହୋଇନାହିଁ। ଗାନ୍ଧୀନଗରରେ ପହଞ୍ଚିବା ପରେ ଏହାର ଅଗ୍ରଭାଗର ମରାମତି କରାଯିବ ବୋଲି ଠାକୁର କହିଛନ୍ତି। ଏହା ପୂର୍ବରୁ ଚଳିତ ମାସରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁଇଥର ଗାଈ ବା ମଇଁଷି ଦେହରେ ମାଡ଼ ହୋଇଥିଲା।