ଡିସେମ୍ବର ସୁଦ୍ଧା ଆସିଯିବ ଭାରତୀୟ ଟିକା

ନୂଆଦିଲ୍ଲୀ: ସବୁ କିଛି ଠିକ୍‌ଠାକ୍‌ ରହିଲେ ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ବର ସୁଦ୍ଧା ଭାରତରେ ସାର୍ବଜନୀନ ବ୍ୟବହାର ପାଇଁ ନିଜସ୍ବ ପ୍ରସ୍ତୁତ କୋଭିଡ୍‌ ଟିକା ଆସିଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ତାଙ୍କ କହିବା ଅନୁସାରେ, ସମ୍ପ୍ରତି ବିଶ୍ବବ୍ୟାପୀ ପାଖାପାଖି ୧୬୦ଟି ସମ୍ଭାବ୍ୟ ଟିକାର ବିକାଶ ଚାଲିଥିବା ବେଳେ ସେଥିରୁ ୨୬ଟି ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଛନ୍ତି। ସେଥି ମଧ୍ୟରୁ ମାତ୍ର ୬ଟିର ଚୂଡ଼ାନ୍ତ ପରୀକ୍ଷଣ ଜାରି ରହିଛି।

ସେହିପରି ଆମ ଦେଶରେ ବର୍ତ୍ତମାନ ଦେଶୀୟ କମ୍ପାନି ଦ୍ବାରା ବିକଶିତ ଦୁଇଟି ଟିକା(କୋଭାକ୍ସିନ୍‌ ଓ ଜାଇକୋଭ୍‌-ଡି) ସମେତ ମୋଟ ୬ଟି ଟିକାର ପରୀକ୍ଷଣ ଜାରି ରହିଛି। ସେଥିରୁ ତିନିଟି ଟିକାର ଯଥାକ୍ରମେ ପ୍ରଥମ, ଦ୍ବତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ସେଗୁଡ଼ିକର ଫଳାଫଳ ଆଶାନୁରୂପ ରହିଛି। ସୁତରାଂ ଏ ବର୍ଷ ଶେଷ ବେଳକୁ କୌଣସି ନା କୌଣସି ଗୋଟିଏ ଦେଶଜ ଟିକା ଲୋକଙ୍କୁ ମିଳିପାରିବ ବୋଲି ଡା. ହରଷବର୍ଦ୍ଧନ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର