ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପୃଥିବୀସାରାର ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଅନେକ ଆର୍ଥିକ ପ୍ରତିବନ୍ଧକ ପରେ ଏବେ ଅନ୍ତର୍ଜାତୀୟ କ୍ୟାଟ୍ ଫେନ୍ସିୟର ସୋସାଇଟି ରୁଷର ବିଲେଇମାନଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛି। ଅନ୍ୟପକ୍ଷରେ ‘ଅପରେସନ୍ ଗଙ୍ଗା’ ଦ୍ଵାରା ୟୁକ୍ରେନରୁ ଭାରତ ଆସୁଥିବା ଭାରତୀୟ ଲୋକ, ଗୃହପାଳିତ କୁକୁର ଓ ବିଲେଇମାନଙ୍କୁ ମଧ୍ୟ ନେଇକି ଆସୁଛନ୍ତି। ସେମାନଙ୍କର କହିବା ଅନୁସାରେ ଅନେକ ସମୟ ଧରି ଆମେ ସେମାନଙ୍କ ସହିତ ଅଛୁ, ଏବେ ଯେତେବେଳେ ୟୁକ୍ରେନ୍ ଜଳୁଛି ସେତେବେଳେ ଆମେ ସେମାନଙ୍କୁ ଛାଡି ପାରିବୁ ନାହିଁ।

Advertisment

ମିଡିଆରେ ପ୍ରକାଶିତ ଖବର ଅନୁସାରେ, ଗୌତମ ନିଜ ସହ ତାଙ୍କ ବିଲେଇକୁ ନେଇକି ଆସିଛନ୍ତି। ଗୌତମ କହିଛନ୍ତି, ଏହି ବିଲେଇ ଗତ ୪ ମାସ ହେଲା ତାଙ୍କ ସହ ଅଛି। କିଛି ଦିନ ଏହି ବିଲେଇ ମୋ ସହିତ ୟୁକ୍ରେନରେ ବଙ୍କରରେ ଥିଲା। ଏହାପରେ ଏହାକୁ ମୁଁ ପୋଲାଣ୍ଡ ନେଇକି ଯାଇଥିଲି। ଆଜି ମୋ ପରିବାର ଆମ୍ଭ ଦୁଇଜଣଙ୍କୁ ଦେଖି ବହୁତ ଖୁସି ଅଛି।

publive-image

ୟୁକ୍ରେନରୁ ଭାରତ ଫେରିଥିବା ଜାହିଦ୍ ନିଜ ସହ ଏକ କୁକୁର ଆଣିଛନ୍ତି। ସେ କହିଛନ୍ତି, ୟୁକ୍ରେନରୁ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ପାଇଁ ପଳାଉଛନ୍ତି। ଦୁଃଖର କଥା ହେଉଛି ଯେଉଁ ଲୋକମାନେ ନିଜ ଘରେ କୁକୁର ଓ ବିଲେଇ ରଖିଥିଲେ ଏବେ ତାଙ୍କୁ ୟୁକ୍ରେନରେ ହିଁ ଛାଡି ଦେଇଛନ୍ତି। କିନ୍ତୁ ମୁଁ ମୋ ସାଙ୍ଗର ଏହି କୁକୁରକୁ ନିଜ ସହିତ ଆଣିଛି।
କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ଏହି ମାମଲା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ଅନୁସାରେ, ଏହା ହେଉଛି ମାନବିକ ସମ୍ବେଦନା। ଆପଣ ଯାହା ସହିତ ରହନ୍ତି, ତା ସହିତ ସମ୍ପର୍କ ସ୍ଥାପନ ହୋଇଥାଏ। ଯେଉଁମାନେ ୟୁକ୍ରେନରୁ କୁକୁର ଓ ବିଲେଇ ଆଣିଛନ୍ତି ସେମାନଙ୍କୁ ସ୍ଵାଗତ।

ଅନ୍ତର୍ଜାତୀୟ କ୍ୟାଟ୍ ଫେନ୍ସିୟର ସୋସାଇଟି କହିଛି, ୧ ମାର୍ଚ୍ଚ ଠାରୁ କୌଣସି ବି ରୁଷୀୟ ବିଲେଇ ଆମଦାନି କରାଯାଇ ପାରିବ ନାହିଁ। ଏହାର ରେଜିଷ୍ଟ୍ରେସନ ମଧ୍ୟ କରାଯାଇ ପାରିବ ନାହିଁ। ଏହି ପ୍ରତିବନ୍ଧକ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ଯାହାକୁ ପରେ ବଢାଯାଇପାରେ। ଆମେ ୟୁକ୍ରେନରେ ବିଲେଇ ପାଳିଥିବା ଲୋକଙ୍କୁ ଅର୍ଥ ସହାୟତା ଯୋଗାଇବୁ ଯାହାଦ୍ଵାରା ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ ମିଳିପାରିବ।