ନୂଆଦିଲ୍ଲୀ : ଦେଶରେ ଆଜି ୭,୨୪୦ ନୂଆ କୋଭଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ୯୯ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ଉପରେ ରହିଛି। ଦୈନିକ ସଂକ୍ରମଣରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍ ହାର ୧୧୧ ଦିନ ପରେ ୨ ପ୍ରତିଶତ ଟପିଛି। ଲଗାତାର ୨ ସପ୍ତାହ ଧରି ଦେଶରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆଗୁଆ ପଦେକ୍ଷପ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଳା କଲେ ସଂକ୍ରମଣ ବଢ଼ିବ ବୋଲି ସରକାର କହିଛନ୍ତି।
ଜୁନ୍ ୯ ତାରିଖ ଚିଠିରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଜୁନ୍ ୧ରେ ଶେଷ ହେଉଥିବା ସପ୍ତାହରେ ସଂକ୍ରମଣ ୨,୬୬୩ ଥିବାବେଳେ ଜୁନ୍ ୮ରେ ଶେଷ ହେଉଥିବା ସପ୍ତାହରେ ସଂକ୍ରମଣ ୪,୨୦୭କୁ ବୃଦ୍ଧି ପାଇଲା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ମାମଲାର ୮୧ ପ୍ରତିଶତ କେବଳ ୪ ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକରୁ ରିପୋର୍ଟ କରାଯାଇଛି। କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଯେଉଁ ସଫଳତା ମିଳିଛି ତାହାକୁ ନଷ୍ଟ ହେବାକୁ ଦିଅନାହିଁ ବୋଲି ଭୂଷଣ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟମାନଙ୍କୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା କ୍ଲଷ୍ଟର ଅଞ୍ଚଳରେ ଟେଷ୍ଟିଂ ବଢ଼ାଇବାପାଇଁ କୁହାଯାଇଛି। ୫ ସୂତ୍ରୀ ରଣନୀତି ତଥା ଟେଷ୍ଟ୍, ଟ୍ରାକ୍, ଟ୍ରିଟ୍ , ଟିକା ଏବଂ କରୋନା ନିୟମ ପାଳନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମେ’ ୨୭ରେ ୫୩୬ ଥିବାବେଳେ ଜୁନ୍ ୯ରେ ଏହା ୨୮୧୩କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଗୁରୁବାର ଦିନ ୬୨୨ ମାମଲା ଚିହ୍ନଟ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ମେ’ ୨୭ରେ ୨୭୧୦ ଥିବା ବେଳେ ଜୁନ୍ ୯ରେ ଏହା ୭,୨୪୦କୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Corona-Virus-2-1.jpg)