ନୂଆଦିଲ୍ଲୀ : ଲଗାତାର ୪୦ ଦିନ ହେଲା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ୫ ଦିନ ଧରି ଦୈନିକ ସଂକ୍ରମଣ ୨ ଲକ୍ଷରୁ ଅଧିକ ରହିଛି। ଦେଶରେ ସଂକ୍ରମଣ ମାମଲା ଆଜି ଦେଢ଼ କୋଟି ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୭୩,୮୧୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୬୧୯ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ୧୦ଟି ରାଜ୍ୟରେ ୭୮ ପ୍ରତିଶତରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ଏହି ୧୦ ରାଜ୍ୟ ତାଲିକାରେ ଥିବା ଅନ୍ୟ ରାଜ୍ୟମାନେ ହେଉଛନ୍ତି ତାମିଲନାଡ଼ୁ, କର୍ଣ୍ଣାଟକ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୬୮,୬୩୧ ନୂଆ ମାମଲା ଚିହ୍ନଟ ହୋଇଛି।
ଏହା ପଛକୁ ଉତ୍ତରପ୍ରଦେଶରେ ୩୦,୫୬୬ ଏବଂ ଦିଲ୍ଲୀରେ ୨୫,୪୬୨ ନୂଆ ମାମଲା ରହିଛି। ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ରାଜସ୍ଥାନ, ପଂଜାବ, କେରଳ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଜମ୍ମୁ କାଶ୍ମୀରରେ ଲଗାତାର ଦୈନିକ ନୂଆ ମାମଲା ବଢ଼ୁଛି। ଦେଶରେ ମୋଟ୍ ସକ୍ରିୟ ମାମଲା ୧୯,୨୯,୩୨୯ରେ ପହଞ୍ଚିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୨.୮୧ ପ୍ରତିଶତ। ମହାରାଷ୍ଟ୍ରରେ ସର୍ବାଧିକ ୬,୭୨,୦୩୭ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୫୦,୬୧,୯୧୯କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ୧,୭୮,୭୬୯ ରହିଛି। ୧୦ ରାଜ୍ୟରେ ୮୫.୧୧ ପ୍ରତିଶତ ନୂଆ କରୋନା ମୃତ୍ୟୁ ହୋଇଛି। ଆଇସିଏମ୍ଆର ଅନୁଯାୟୀ ଦେଶରେ ମୋଟ୍ ୨୬,୭୮,୯୪,୫୪୯ ନମୁନା ପରୀକ୍ଷା ହୋଇଛି। ଏପ୍ରିଲ ୧୮ରେ କେବଳ ୧୩,୫୬,୧୩୩ ନମୁନା ପରୀକ୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-posiive.jpg)