ପିତୃତ୍ବ ଦିବସ ବିଶେଷ: ଝିଅକୁ ଯକୃତ ଦେବା ସହ ପ୍ରତିରୋପଣ ପାଇଁ ଏଭଳି ୨୦ଲକ୍ଷ ତାଙ୍କ ଯୋଗାଡ଼ କଲେ ଦିନ ମଜୁରିଆ

ତିରୁବନନ୍ତପୁରମ: ଗତ ୩ମାସ ହେଲାଣି କରୋନା ମହାମାରୀର ପ୍ରଭାବ ଦେଶର ସବୁ ନାଗରିକଙ୍କ ଉପରେ ପଡିଛି | ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ କାରଣରୁ କାମ ବନ୍ଦ ରହିଥିବା ବେଳେ ଟଙ୍କା ଆୟ କରିବା କଷ୍ଟକର ହୋଇପଡିଛି | ଏପରିସ୍ଥିତିରେ ବିଶେଷ କରି ଦିନ ମଜୁରିଆଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡିଥିବା ବେଳେ ଜଣେ ଦିନ ମଜୁରିଆ ନିଜ ଝିଅକୁ ନୂଆ ଜୀବନ ଦେବା ପାଇଁ କରିଥିବା ସଂଘର୍ଷ ଚର୍ଚ୍ଚାର ବିଷୟ ପାଲଟିଛି | ନିଜ ଝିଅକୁ ବଞ୍ଚାଇବା ପାଇଁ ଥିରୁବନନ୍ତପୁରମର ନେୟାଟିନକାରାର ବାସିନ୍ଦା ଏସ ବାଇଜୁ କରିଥିବା ସଂଘର୍ଷ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି |

ସୂଚନା ମୁତାବକ, ଏସ ବାଇଜୁଙ୍କ ୮ବର୍ଷର ଝିଅ ଅବିନା ବାଇଜୁ ଗୁରୁତର ଯକୃତ (କିଡନି) ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ଯକୃତ ପ୍ରତିରୋପଣ ଆବଶ୍ୟକ ବୋଲି ଡାକ୍ତରମାନେ ଏସ ବାଇଜୁଙ୍କୁ କହିଥିଲେ । ଏହା ସହ ପ୍ରତିରୋପଣ ପାଇଁ ୨୦ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଡାକ୍ତର ଜଣାଇବା ପରେ ଏସ ବାଇଜୁଙ୍କ ମୁଣ୍ଡ ଉପରେ ଚିନ୍ତାର ପାହାଡ ଲଦି ହୋଇପଡ଼ିଥିଲା | ମଜୁରି ଲାଗି କେଉଁଠୁ ସେ ଏତେ ଟଙ୍କା ଆଣିବେ, ଯକୃତ ଦେବା ପାଇଁ କାହାକୁ ରାଜି କରାଇବେ, ଏହି ଚିନ୍ତା ତାଙ୍କ ମୁଣ୍ଡରେ ଘୁରି ବୁଲିଥିଲା | ଠିକ ଏତିକି ବେଳେ ଡାକ୍ତର ତାଙ୍କୁ ଏକ ଖୁସି ଖବର ଦେଇଥିଲେ | ଏସ ବାଇଜୁ ନିଜ ଝିଅକୁ ନିଜର ଯକୃତ ଦାନ କରି ପାରିବେ ବୋଲି ଡାକ୍ତର ଜଣାଇବା ପରେ ଏସ ବାଇଜୁଙ୍କ ଅଧା ଦୁଃଖ ଦୂର ହୋଇଯାଇଥିଲା |

Operation dictionary definition | operation defined
YourDictionary

ଏସ ବାଇଜୁଙ୍କ କହିବା ମୁତାବକ, ମୁଁ ୨୦ଲକ୍ଷ ଟଙ୍କା ଯୋଗାଡକୁ ନେଇ ଚିନ୍ତିତ ଥିବା ସହ ସମସ୍ତ ଆଶା ହରାଇ ବସିଥିଲି | ଏହି ସମୟରେ ଡାକ୍ତରଖାନାର ଜଣେ କର୍ମଚାରୀ ମୋତେ ଏକ ପାଣ୍ଠି ଯୋଗାଣକାରୀ ପ୍ଲାଟଫର୍ମ ବିଷୟରେ କହିଥିଲେ | ବାସ୍ତବରେ, ମୁଁ ଏହା କେବେ ଶୁଣି ନ ଥିଲି | ଏହା ମୋ ପାଇଁ ଆଶାର ଆଲୋକ ନେଇ ଆସିଥିଲା | ସେହି ପାଣ୍ଠି ଯୋଗାଣକାରୀ ପ୍ଲାଟଫର୍ମ ଜରିଆରେ ମୋତେ କିଛି ଦିନ ମଧ୍ୟରେ ୧୧,୮୧,୩୨୫ ଲକ୍ଷ ଟଙ୍କା ମିଳିଯାଇଥିଲା | ଏହା ପରେ ମୋ ସମସ୍ୟା ବିଷୟରେ ଜାଣି ରାଜ୍ୟ ସାମାଜିକ ସୁରକ୍ଷା ମିଶନ ମୋତେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ | ଏହା ପରେ ମୋ ଝିଅର ଯକୃତ ପ୍ରତିରୋପଣ କରାଯାଇଥିଲା | ସେ ୨୧ ଦିନ ଆଇସିୟୁରେ ରହିବା ସହ ମେ’ର ପ୍ରଥମ ସପ୍ତାହରେ ପ୍ରତିରୋପଣ କରାଯାଇଥିଲା | ପ୍ରତିରୋପଣ ସରିଥିଲେ ମଧ୍ୟ ଝିଅକୁ ଆଉ ତିନିମାସ ଡାକ୍ତରଖାନାରେ ରହିବାକୁ ପଡିବ।

ସମ୍ବନ୍ଧିତ ଖବର