ୱାଶିଂଟନ୍‌ : ଆଗାମୀ ଛଅରୁ ବାର ମାସ ମଧ୍ୟରେ ଇସ୍‌ଲାମିକ୍‌ ଷ୍ଟେଟ୍ ଅଫ୍‌ ଖୋରାସନ୍‌ (ଆଇଏସ୍‌ଆଇଏସ୍‌-କେ) ଆମେରିକା ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ଗୁଇନ୍ଦା ବିଭାଗ। ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଣ୍ଡରସେକ୍ରେଟାରୀ ଅଫ୍‌ ଡିଫେନ୍ସ କଲିନ୍‌ କହଲ୍‌ କହିଛନ୍ତି, ଦୁଇ ଦଶକ ଧରି ଚାଲିଥିବା ଯୁଦ୍ଧକୁ ଗତ ଅଗଷ୍ଟ ମାସରେ ପୂର୍ଣ୍ଣଛେଦ ପକାଇଥିଲେ ହେଁ ଏହା ଆମେରିକା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଅଲ କାଏଦାକୁ ନେଇ କହଲ୍‌ କହିଛନ୍ତି, ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଅଲ କାଏଦାକୁ ଏକରୁ ଦୁଇ ବର୍ଷ ସମୟ ଲାଗିବ। ଆଫଗାନିସ୍ତାନରେ ଆଇଏସ୍‌ ତାଲିବାନ ଶାସନକୁ ଚ୍ୟାଲେଞ୍ଜ କରିଛି। ତାଲିବାନ କାବୁଲ ଦଖଲ କରିବା ପରେ ଆଇଏସ୍‌ଆଇଏସ୍‌-କେ ଆପଗାନିସ୍ତାନରେ ଏକାଧିକ ଆକ୍ରମଣ କରିସାରିଛି।

Advertisment

ଏହି ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। କହଲ କହିଛନ୍ତି, ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ସହ ଲଢ଼ିବା ପାଇଁ ଆଇଏସ୍‌ର ଯଥେଷ୍ଟ କ୍ଷମତା ଅଛି କି ନା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ସତ୍ୟ ଯେ ଆଇଏସ୍‌ ତାଲିବାନର କ୍ଷତି କରୁଛି। ଆଇଏସ୍‌ଆଇଏସ୍‌-କେ ଏବଂ ତାଲିବାନ ପରସ୍ପର ପରସ୍ପରର ଶତରୁ ବୋଲି ଆମେ ଆକଳନ କରୁଛୁ। ଆଇଏସ୍‌ ପାଖରେ ହଜାର ହଜାର ଯୁବ କ୍ୟାଡର ଅଛନ୍ତି। ଏହାକୁ ଅଧିକ ବଢ଼ାଇବା‌ ପାଇଁ ଆଇଏସ୍‌ ଉଦ୍ରମ ଜାରି ରଖିଛି।