ନୂଆଦିଲ୍ଲୀ: ଋତୁସ୍ରାବ ଯନ୍ତ୍ରଣା ପାଇଁ ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଏବଂ ମହିଳା କର୍ମଚାରୀଙ୍କୁ ଅଫିସରେ ଛୁଟି ମିଳିବା ଦାବି କରି ସୁପ୍ରିମକୋର୍ଟ‌ରେ ଏକ ଆବେଦନ ହୋଇଥିଲା। ସମସ୍ତ ରାଜ୍ୟ ସରକାର ଏ ଦିଗରେ ଏକ ନିୟମ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିନାହାନ୍ତି। କୋର୍ଟ କହିଛନ୍ତି, ଉକ୍ତ ପ୍ରସଙ୍ଗ ସରକାରଙ୍କ ନୀତି ଅଧୀନରେ ଆସୁଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟରେ ଆବେଦନ କରାଯିବା ଉଚିତ। ମନ୍ତ୍ରାଳୟ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ। ଦିଲ୍ଲୀ ବାସିନ୍ଦା ଶୈଳେନ୍ଦ୍ର ମାନି ତ୍ରିପାଠୀଙ୍କ ଦ୍ବାରା ଏହି