ନୂଆଦିଲ୍ଲୀ : ଗୁରୁବାର ଉଦ୍ଧବ ଠାକରେଙ୍କ ଶିବସେନା ପକ୍ଷରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗ ରାଜ୍ୟସଭାରେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଅଧ୍ୟକ୍ଷ ସେଥିପାଇଁ ଅନୁମତି ଦେଇ ନ ଥିଲେ।
ଗୃହ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଥିଲେ, ସେ ରୁଲ୍ ୨୬୭ ଅନୁସାରେ ନୋଟିସ ପାଇଛନ୍ତି ମାତ୍ର ସେଥିପାଇଁ ଅନୁମତି ଦେଇପାରୁ ନାହାନ୍ତି। କାରଣ ତାହା ଶୃଙ୍ଖଳାରେ ନାହିଁ ଏବଂ ରୁଲ୍ ବିଷୟରେ ସେଥିରେ ଲେଖା ନାହିଁ। ରୁଲ ନଂ ୨୬୭ ଅନୁସାରେ ଦିନର ସବୁ କାର୍ଯ୍ୟ ବନ୍ଦ କରି ଉତ୍ଥାପିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଏ।
ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ ଯେ କର୍ଣ୍ଣାଟକ ସହ ମହାରାଷ୍ଟ୍ରର ସୀମା ବିବାଦ ଏକ ଗୁରୁତର ପ୍ରସଙ୍ଗ ଏବଂ ଜାତୀୟ ସ୍ତରରେ ଗୃହରେ ସେ ବିଷୟରେ ଆଲୋଚନା କରାଯିବା ଉଚିତ। କିନ୍ତୁ ଧନଖଡ଼ କହିଥିଲେ ଯେ ଅନ୍ୟ ସବୁ ପ୍ରସଙ୍ଗ ଛାଡ଼ି ଏ ପ୍ରସଙ୍ଗରେ ଆଲୋଚନା ପାଇଁ ରୁଲ ୨୬୭ର ସବୁ ସର୍ତ୍ତ ପୂରଣ ହେଉ ନାହିଁ। ‘ଆପଣ ଆବଶ୍ୟକ ସର୍ତ୍ତ ପୂରଣ କରୁଥିବା ଆନୁଷ୍ଠାନିକ ଅନୁରୋଧ ନେଇ ଆସନ୍ତୁ, ତେବେ ଆଲୋଚନା ହୋଇପାରିବ।
ସୂଚନାଯୋଗ୍ୟ ୧୯୬୦ ମେ ପହିଲାରେ ରାଜ୍ୟ ଗଠନ ସମୟରୁ ବେଲଗାବି (ସେତେବେଳର ନାଁ ଥିଲା ବେଲଗାଓଁ) ସମେତ ୮୬୫ଟି ଗାଁ ଉପରେ ମହାରାଷ୍ଟ୍ର ନିଜର ଅଧିକାର ଦାବି କରିଆସୁଛି। କିନ୍ତୁ କର୍ଣ୍ଣାଟକ ଏହି ଗାଁଗୁଡ଼ିକୁ ନିଜ ହାତରୁ ଛାଡ଼ିବାକୁ ରାଜି ନୁହଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rajya-sabha.jpg)