ବିଧାୟକ କିଣା ଉଦ୍ୟମ ପ୍ରସଙ୍ଗ: ବିଜେପି ନେତା ବିଏଲ୍‌ ସନ୍ତୋଷ ଓ ଅନ୍ୟ ଦୁଇଜଣଙ୍କୁ ଲୁକ୍‌ଆଉଟ୍ ନୋଟିସ୍

ହାଇଦ୍ରାବାଦ: ତେଲେଙ୍ଗାନାର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଟିଆର୍‌ଏସ୍‌ର ୪ ଜଣ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି। ଏହି ମାମଲାରେ ଏସ୍‌ଆଇଟି ବିଜେପି ନେତା ବିଏଲ୍‌ ସନ୍ତୋଷ ଏବଂ ତୁଷାର ବେଲାପାଲି ଓ ଜଗୁ ସ୍ବାମୀଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ ଜାରି କରିଛି। ତୁଷାର ବେଲାପାଲି ଷଡ଼୍‌ଯନ୍ତ୍ରର ମୁଖ୍ୟ ସୂତ୍ରଧର ବୋଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ଅଭିଯୋଗ କରିଛନ୍ତି। ସେ ହେଉଛନ୍ତି କେରଳରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଆବାହକ। ସେ କେରଳରେ ବିଜେପିର ସହଯୋଗୀ ଭାରତ ଧର୍ମ ଜନ ସେନା (ବିଡିଜେଏସ୍‌)ର ସଭାପତି ଅଛନ୍ତି। ଜଗୁ ସ୍ବାମୀ ହେଉଛନ୍ତି କେରଳର ଜଣେ ଡାକ୍ତର। ତାଙ୍କୁ ମଧ୍ୟ ଏହି ମାମଲାରେ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର