ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିବାକୁ ଯାଇଥିଲେ। ବିନା ସୂଚନାରେ ଏବଂ ବିନା ସୁରକ୍ଷା କର୍ମୀରେ ମୋଦୀ ସେଠାକୁ ଯାଇଥିଲେ। ତେବେ ମୋଦୀଙ୍କ ଏହି କାର୍ଯ୍ୟକୁ ବିରୋଧୀମାନେ ସମାଲୋଚନା କରିଥିବାବେଳେ ସରକାରୀ ଦଳ ଓ କେନ୍ଦ୍ରମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି।
ପୂର୍ବ ଆଇଏଏସ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ସାମାଜିକ ଗଣାମଧ୍ୟମରେ ଲେଖିଛନ୍ତି ପରିଧାନ-ମନ୍ତ୍ରୀ ଆମେରିକାରେ ଗାନ୍ଧୀବାଦ ଓ ଲୋକତନ୍ତ୍ରର କ୍ଲାସ ନେଇ ଫେରିଛନ୍ତି। ନୂଆ ଆବାସ/ପ୍ରକଳ୍ପକୁ ଫଟୋଗ୍ରାଫର ସହିତ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହୀ କିନ୍ତୁ ଅନ୍ନଦାତାଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ? ରାତିରେ ବିନା ସୁରକ୍ଷାକର୍ମୀରେ ଯାଇଛନ୍ତି କିନ୍ତୁ ଫଟୋଗ୍ରାଫରଙ୍କୁ ନେବାକୁ ଭୁଲି ନାହାନ୍ତି। ବରିଷ୍ଠ ସାମ୍ବାଦିକ ରାଜେଶ ଯୋଶୀ ପଚାରିଛନ୍ତି ଯେ ୪ ମାସ ପୂର୍ବରୁ ତ ସିପିଡବ୍ଲ୍ୟୁଡି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସ୍ଥଳରେ ଫଟୋ ଉଠାଇବା କିମ୍ବା ଭିଡିଓଗ୍ରାଫି କରିବା ଉପରେ କଟକଣା ଲଗାଇଛି? କଂଗ୍ରେସ ନେତା ଶ୍ରୀନିବାସ ବି ବି କହିଛନ୍ତି କୌଣସି ପ୍ରାକ ସୂଚନା ଏବଂ ସୁରକ୍ଷା କର୍ମୀ ବିନା କ୍ୟାମେରାମ୍ୟାନକୁ ନେଇ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ବୁଲିବାକୁ ପଳାଉଛନ୍ତି। ଆପ୍ ନେତା ସଂଜୟ ସିଂହ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି, ଏତେ ତଳକୁ ଯିବା ଦରକାର ନାହିଁ, ‘ରାଜମହଲ’ ଶୀଘ୍ର ନିର୍ମାଣ ହେବ। ଅନ୍ୟପକ୍ଷରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପୀୟୂଷ ଗୋୟଲ ଏବଂ ହରଦୀପ ସିଂହ ପୁରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟ ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟକ ଏବଂ ଅନୁକରଣୀୟ ବୋଲି ଏମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65sf4654sf564gh56sfgfggffg.jpg)