ପଂଜାବ: ପଂଜାବର ହୋସିଆରପୁର ଜିଲ୍ଲାରେ ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ହାଥରସ ଦୁଷ୍କର୍ମ ମାମଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା କଂଗ୍ରେସ ଏହି ମାମଲାରେ ସଂପୂର୍ଣ୍ଣ ନିରବ ରହିଥିବାରୁ ବିଜେପି ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। କଂଗ୍ରେସର ଶୀର୍ଷ ନେତାମାନେ ଏଯାବତ୍ କାହିଁକି ପୀଡ଼ିତା ପରିବାରକୁ ଭେଟିନାହାନ୍ତି ଏବଂ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମୁହଁ ଖୋଲୁନାହାନ୍ତି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ହାଥରାସ୍ ଗସ୍ତକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଥିଲେ ମଧ୍ୟ ଏହି ଦୁଇ ରାଜନେତା ସମାନ ପ୍ରତିକ୍ରିୟା କାହିଁକି ପ୍ରକାଶ କରୁନାହାନ୍ତି। ସେମାନେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶର ହାଥରାସକୁ ଯାଇଥିଲେ କେବଳ ଫଟୋ ପାଇଁ। ଟ୍ବିଟ୍ କରି ଜାଭଡ଼େକର କହିଛନ୍ତି, ବିହାରର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ହୋଶିଆରପୁର ତାଣ୍ତା ଗ୍ରାମରେ ଦୁଷ୍କର୍ମ ପରେ ହତ୍ୟା କରାଯିବା ଏକ ବର୍ବର କାଣ୍ଡ। ରାହୁଲ ଗାନ୍ଧି ରାଜନୈତିକ ଯାତ୍ରାରେ ଯିବା ପରିବର୍ତ୍ତେ ତାଣ୍ଡା, ପଂଜାବ ଏବଂ ରାଜସ୍ଥାନ ଗସ୍ତ କରନ୍ତୁ ଏବଂ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।
ପଞ୍ଜାବରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ପ୍ରସଙ୍ଗ : କଂଗ୍ରେସକୁ ଘେରିଲା ବିଜେପି; ରାହୁଲ-ପ୍ରିୟଙ୍କା ନିରବ କାହିଁକି?
/sambad/media/post_attachments/wp-content/uploads/2020/10/rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)