ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପ୍ରସଙ୍ଗ: ଭାରତ, ଜାପାନ, ଜର୍ମାନୀକୁ ବାଇଡେନଙ୍କ ସମର୍ଥନ

ୱାସିଂଟନ୍ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବଡ଼ ଧରଣର ସଂସ୍କାର ଅଣାଯିବା ଏବଂ ଏଥିରେ ସ୍ଥାୟୀ ସଦସ୍ୟ ଭାବେ ଜର୍ମାନୀ, ଜାପାନ ଏବଂ ଭାରତକୁ ସାମିଲ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୃଢ଼ ସମର୍ଥନ କରିଛନ୍ତି। ପରିବର୍ତ୍ତିତ ବିଶ୍ବ ଦୃଶ୍ୟପଟରେ ଏକ ପାରଦର୍ଶୀ ନିରାପତ୍ତା ପରିଷଦ ପାଇଁ ଏହି ୩ ରାଷ୍ଟ୍ରଙ୍କୁ ସାମିଲ କରାଯିବା ଜରୁରୀ ବୋଲି ବାଇଡେନ ସ୍ପଷ୍ଟ କରିଥିବା ତାଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଜର୍ମାନୀ, ଜାପାନ ଏବଂ ଭାରତ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଦିଗରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ଆମେରିକା ନୀତିଗତ ଭାବେ ନିଷ୍ପତ୍ତି ନେଇଛି ବୋଲି ଏହି ଅଧିକାରୀ ଜଣକ କହିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟମାନେ ଭିଟୋ କ୍ଷମତାର ଦୁରୁପଯୋଗ କରୁଥିବାରୁ ଏ ଦିଗରେ ସଂସ୍କାର ଜରୁରୀ ବୋଲି ଭାରତ ସର୍ବଦା ଦୃଢ଼ମତ ପୋଷଣ କରିଆସିଛି।

ସମ୍ବନ୍ଧିତ ଖବର