ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ବିଚାରପତି ୟୁ.ୟୁ. ଲଳିତ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଚାଲିଥିବା ଏକ ଶୁଣାଣି ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ତାଙ୍କର କିଛି ସମସ୍ୟା ରହିଛି। ଏଣୁ ସେ ଏହି ଶୁଣାଣିରୁ ନିଜକୁ ଦୂରେଇ ରଖୁଛନ୍ତି ବୋଲି ବିଚାରପତି ଲଳିତ କହିଛନ୍ତି। ସୂଚନାଯୋଗ୍ୟ, ବିଚାରପତି ୟୁ.ୟୁ. ଲଳିତ, ବିନୀତ ଶରଣ ଏବଂ ଏସ୍. ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଶୁଣାଣି କରିବାର ଥିଲା। ମାତ୍ର ବିଚାରପତି ୟୁ.ୟୁ. ଲଳିତ ନିଜ ଆଡୁ ଶୁଣାଣି ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ର ହାଇକୋର୍ଟ ଏବଂ ସୁପ୍ରିମ୍କୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।
ଜଗନଙ୍କ ଶୁଣାଣିରୁ ଓହରିଗଲେ ବିଚାରପତି
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)