କେରଳ ସରକାରଙ୍କ କରୋନା ନିର୍ଦ୍ଦେଶାବଳି ଏକ ମା‌ର୍ଗଦର୍ଶିକା

ତିରୁଅନନ୍ତପୁରମ୍: କେରଳ ସରକାର କରୋନାକୁ ଅତ୍ୟନ୍ତ ଭଲଭାବେ ମୁକାବିଲା କରିପାରିଛନ୍ତି। ସମଗ୍ର ଦେଶରେ କେରଳର କ‌ରୋନା ମୁକାବିଲା ଏକ ଉଦାହରଣୀୟ ବିଷୟ ହୋଇଛି। ତେବେ କେରଳ ସରକାର ରାଜ୍ୟକୁ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ଯେଉଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି ଏବଂ ଏହାକୁ ଯେଭଳି କାର୍ଯ୍ୟକାରୀ କରିଛନ୍ତି ତାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ କରୋନା ମୁକାବିଲା ଦିଗରେ ଏକ ମାର୍ଗଦର୍ଶିକା ଭାବେ କାମ କରିବ।

କେରଳ ସରକାରଙ୍କ ଦ୍ବାରା ଜାରି ଏସ୍‌ଓପି-
ରାଜ୍ୟକୁ ଯିଏ ବାହାରୁ ଆସିବାକୁ ଚାହିବେ ପ୍ରଥମେ ସେ କୋଭିଡ୍‌-୧୯ ଜାଗ୍ରତ ପୋର୍ଟାଲ୍‌ରେ ନାମ ପଂଜିକୃତ କରିବେ ଏବଂ ସେମାନଙ୍କ ଗସ୍ତ ପାଇଁ ଏଣ୍ଟ୍ରି ପାସ୍‌ ପାଇବେ।
ଜିଲ୍ଲାପାଳ ଉକ୍ତ ଗସ୍ତ ପାଇଁ ସମସ୍ତ କାଗଜପତ୍ରକୁ ଭଲଭା‌ବେ ଯ‌ାଞ୍ଚ କରିବେ।
ରାଜ୍ୟକୁ ଆସିଥିବା କୌଣସି ଯାତ୍ରୀ ସପ୍ତାହକରୁ ଅଧିକ ସମୟ ରହିପାରିବେନି
ତେବେ ସମ୍ପୃକ୍ତ ବ୍ୟକ୍ତି ଯେଉଁ ବ୍ୟକ୍ତି/କମ୍ପାନିକୁ ଆସିଥିବେ ସେମାନେ ତାଙ୍କ ଗସ୍ତ ପାଇଁ ଦାୟୀ ରହିବେ
ସେମାନେ ଅନ୍ୟ କୌଣସି ସ୍ଥାନରେ ବୁଲାବୁଲି କରିପାରିବେନି। କେବଳ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କାମ ଅଛି ସେଠାକୁ ହିଁ ଯିବେ।
ସେମାନେ ୬୦ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ସଂସ୍ପର୍ଶରେ ଆସିବେନି ।
ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କେରଳ ଯାଉଛନ୍ତି ସେମାନେ ‌‌ସେମାନଙ୍କ ରୁମ୍‌ରୁ ବାହାରକୁ ବାହାରିବେନି କି ବିନା ସ୍ବୀକୃତି‌ରେ ଅନ୍ୟ କେଉଁଠି ବୁଲାବୁଲି କରିବେନି।
କେରଳରେ ରହିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀକୁ ମାନିବେ।
ଯାତ୍ରୀ ଜଣଙ୍କ ଯାତ୍ରା ସମୟରେ ହ୍ୟାଣ୍ଡ୍‌ ସାନିଟାଇଜର ଏବଂ ଏକ ଅତିରିକ୍ତ ମାସ୍କ ଆଣିଥିବେ ।
ମନ ଇଚ୍ଛା ସେମାନେ ରାଜ୍ୟରେ ୭ ଦିନରୁ ଅଧିକ ରହିପାରିବେନି।
ଯଦି ଜ୍ବର, କାଶ, ଗଳା ସଂକ୍ରମଣ ହୁଏ ତଥା ଅତି ସାମାନ୍ୟ ଥଣ୍ଡା ଜ୍ବର ହେଲେ ବି ସେମାନେ ଦିଶା ହେଲ୍ପଲାଇନ୍‌ ନମ୍ବରରେ ଫୋନ୍‌ କରିବେ। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ‌ସେମାନେ ସେମାନଙ୍କ ରୁମ୍‌ ବାହାରକୁ ବାହାରି ପାରିବେନି।
କରୋନାର ଲକ୍ଷଣ ଦେଖାଦେଲେ ସେମାନେ କୋଭିଡ୍‌-୧୯ ଚିକିତ୍ସା କେନ୍ଦ୍ର ଯାଇ ଟେଷ୍ଟିଂ କରାଇବେ। ଟେଷ୍ଟ୍‌ ରିପୋର୍ଟ ଆସିବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଯଦି କୌଣସି ଯାତ୍ରୀ ରାଜ୍ୟରୁ ଫେରିବାର ୧୪ ଦିନ ମଧ୍ୟରେ କରୋନା ସଂକ୍ରମିତ ହୁଅନ୍ତି ତେବେ ସେମାନେ କଣ୍ଟ୍ରୋଲ୍‌ ରୁମ୍‌ରେ ଅବଗତ କରାଇବେ।
ଯଦି କୌଣସି ଯାତ୍ରୀ ଏହି ନିୟମ ମାନିବେନି ‌ତେବେ ତାଙ୍କୁ ୧୪ ଦିନ କ୍ବାରାଣ୍ଟିନ୍‌ରେ ରହିବେ ଏବଂ ଏହାର ସମସ୍ତ ଖର୍ଚ୍ଚ ସେ ନିଜେ ହିଁ ନ କରିବେ।

ସମ୍ବନ୍ଧିତ ଖବର