ନୂଆଦିଲ୍ଲୀ: ‘ଦି କେରଳ ଷ୍ଟେରି’ରେ ପ୍ରଦର୍ଶିତ ଘଟଣା କେବଳ କେରଳରେ ନୁହେଁ ସମଗ୍ର ଦେଶରେ ଘଟୁଛି ବୋଲି ଶନିବାର ଦିନ ରାଜ୍ୟସଭା ‘ବିଜେପି’ ସାଂସଦ ସରୋଜ ପାଣ୍ଡେ କହିଛନ୍ତି।
ସେ କହିଛନ୍ତି, ଛତିଶଗଡ଼ରେ ଏହି ଚଳଚ୍ଚିତ୍ରକୁ କରମୁକ୍ତ କରିବା ଲାଗି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଜଣାଉଛି। ଧର୍ମାନ୍ତରୀକରଣ ହେଉ କି, ‘ଲଭ୍ ଜିହାଦ୍’ ହେଉ ଉକ୍ତ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଘଟଣା ନିରବଚ୍ଛିନ୍ନ ଭାବେ ଛତିଶଗଡ଼ରେ ଚାଲିଛି। ଛତିଶଗଡ଼ ବାରୁଦ ଗଦାରେ ବସିଛି, ଯାହା ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ। ଏଇଟା କେବଳ କେରଳର କାହାଣୀ ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ସମଗ୍ର ଦେଶର କାହାଣୀ।
/sambad/media/post_attachments/wp-content/uploads/2023/05/sp-2.jpg)
ଛତିଶଗଡ଼ ରାଜ୍ୟସଭା ସାଂସଦ ପାଣ୍ଡେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଏବଂ ବାମପନ୍ଥୀ ସଂସ୍କୃତିର ନିରବ ସମର୍ଥନରେ ଦେଶରେ ବିସ୍ତାର ଲାଭ କରୁଥିବା ‘ଲଭ୍ ଜିହାଦ୍’ର ବିଷ ମଞ୍ଜି ଏବଂ ‘ଆଇଏସ୍ଆଇଏସ୍’ କାର୍ଯ୍ୟକଳାପ ବଢ଼ି ଗଛ ପାଲଟିବା ପୂର୍ବରୁ କଟାଯିବା ଉଚିତ।
‘ଲଭ୍ ଜିହାଦ୍’ ଭଳି ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ଏବଂ ଆତଙ୍କବାଦର ହାତବାରସୀ ହେବାରୁ ଏହି ଚଳଚ୍ଚିତ୍ରର କାହାଣୀ ଆମ ଝିଅମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅସଂଖ୍ୟ ହିନ୍ଦୁ ଝିଅମାନଙ୍କ ‘ଲଭ୍ ଜିହାଦ୍’ର ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ‘ଦି କେରଳ ଷ୍ଟୋରି’ ପ୍ରସଙ୍ଗରେ କଂଗ୍ରେସ ବିଚଳିତ ହୋଇପଡ଼ିଛି। ମହିଳାମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇ ଆତଙ୍କବାଦ କ୍ଷେତ୍ରରେ ପ୍ରବେଶ କରାଯାଉଥିବାର ଭୟାବହ ବାସ୍ତବ କାହାଣୀକୁ ଏହି ଚଳଚ୍ଚିତ୍ର ଲୋକଲୋଚନକୁ ଆଣିଛି।