ସେନା ଦିବସରେ ଉଡ଼ାଗଲା ବୃହତ୍ତମ ଖଦି ଜାତୀୟ ପତାକା

ଜୈସଲମେର: ଆଜି ୭୪ତମ ଭାରତୀୟ ସେନା ଦିବସ ଅବସରରେ ରାଜସ୍ଥାନର ଲୋଙ୍ଗେୱାଲାଠାରେ ଭାରତ-ପାକିସ୍ଥାନ ସୀମାରେ ଖଦିରୁ ନିର୍ମିତ ସର୍ବବୃହତ୍ ଜାତୀୟ ପତାକା ସ୍ମାରକୀ ଉତ୍ତୋଳନ ହୋଇଛି। ଏହି ସ୍ଥାନଟି ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର କେନ୍ଦ୍ରବିନ୍ଦୁ ଥିଲା। ସାଉଥ୍ କମାଣ୍ଡର ଜୈସଲମେର ମିଲିଟାରୀ ଷ୍ଟେସନରେ ଉକ୍ତ ୨୨୫x୧୫୦ ଫୁଟ ଆକାରର ପତାକା ଉତ୍ତୋଳନ ହୋଇଛି। ଏହି ପତାକାରେ ୪୫୦୦ ମିଟର କପଡା ଓ ହାତବୁଣା ଖଦି ସୂତା ବ୍ୟବହାର କରାଯାଇଛି। ଏହାର କ୍ଷେତ୍ରଫଳ ୩୩, ୬୫୦ ବର୍ଗଫୁଟ। ଏଥିସହ ପତାକାରେ ଥିବା ଅଶୋକଚକ୍ରର ବ୍ୟାସ ୩୦ଫୁଟ। ଏହାର ଓଜନ ପ୍ରାୟ ୧୪୦୦ କିଲୋଗ୍ରାମ୍ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର