କିବ୍ : ୟୁକ୍ରେନ୍ର ଗୁରୁତ୍ବପୂର୍ଣ୍ଣ ବନ୍ଦର ସହର ମାରିୟୁପୋଲ୍କୁ ରୁଷ୍ ଗତ ୨ ଦିନ ତଳେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ଘୋଷଣା କରିଥିଲା। ତେବେ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଛାଡ଼ିଦେଲେ ସମଗ୍ର ମାରିୟୁପୋଲ୍କୁ ରୁଷ୍ ନିଜ ନିୟନ୍ତ୍ରଣକୁ ନେଇ ସାରିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ କହିଥିଲେ। ପୁଟିନ୍ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ହୋଇଥିବା ଆକ୍ରମଣ ଯୋଜନା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ଆଜି ପୁଣି ଆକ୍ରମଣ ଆରମ୍ଭ ହୋଇଛି। ରୁଷ୍ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ବିମାନ ଆକ୍ରମଣ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ପରାମର୍ଶଦାତା କହିଛନ୍ତି। ଇତି ମଧ୍ୟରେ ୟୁକ୍ରେନ୍ ମାରିୟୁପୋଲ୍ରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ମାରିୟୁପୋଲ୍ରୁ ନାଗରିକଙ୍କୁ ଖାଲି କରିବାପାଇଁ ୟୁକ୍ରେନ୍ ଏକ ନୂଆ ଉଦ୍ୟମ କରିବ। ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ ମାରିୟୁପୋଲ୍ରୁ ଆଜି ଏକ ଉଦ୍ଧାର କରିଡର୍ ଘୋଷଣା କରିଛନ୍ତି। ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ଉଦ୍ଧାର କରାଯିବ। ଅନ୍ୟପକ୍ଷେ ଉତ୍ତର ସହର ଚେର୍ନିହିବରେ ପୁଣି ନୂଆ ଗଣ କବର ଖନନ ଚାଲିଛି। ଏଠାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସହରର କାଉନସିଲ୍ ମୁଖ୍ୟ କହିଛନ୍ତି।
ମାରିୟୁପୋଲ୍ରେ ଶେଷ ପ୍ରହାର: ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ବିମାନ ଆକ୍ରମଣ
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ, ଚେର୍ନିହିବରେ ନୂଆ କବର ଖୋଳାଯାଉଛି
/sambad/media/post_attachments/wp-content/uploads/2022/04/54654shsfh2321h123fshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)