ଆଫଗାନିସ୍ତାନ ଛାଡ଼ିଥିବା ଆମେରିକାର ଶେଷ ସୈନିକ

କାବୁଲ: ଆମେରିକାର ସବୁଠୁ ଲମ୍ବା ଯୁଦ୍ଧ ଗତକାଲି ଶେଷ ହୋଇଛି। ୨୦ ବର୍ଷର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏହାର ସବୁଠୁ ଲମ୍ବା ଯୁଦ୍ଧରେ ପୂର୍ଣ୍ଣ‌ଚ୍ଛେଦ ପକାଇଛି ଏବଂ ଆଫଗାନିସ୍ତାନରୁ ସମସ୍ତ ‌ସୈନ୍ୟ ପ୍ରତ୍ୟାହାର କରିନେଇଛି। ୮୨ ତମ ଏୟାର୍‌ବର୍ନ ଡିଭିଜନ୍‌ର କମାଣ୍ଡର କ୍ରିସ୍‌ ଡୋନାହ୍ୟୁ ଆଫଗାନ ମାଟି ଛାଡ଼ିବାରେ ଶେଷ ଆମେରିକା ସୈନିକ। ଏକ ନାଇଟ୍‌ ଭିଜନ୍‌ ଲେନ୍ସ ଦ୍ବାରା ତାଙ୍କ ଫଟୋ ଉଠାଯାଇଛି। ତାଙ୍କର ଏହି ଫଟୋକୁ କିଛି ଲୋକ ‘ଭୂତ’ ଭାବେ ବର୍ଣ୍ଣନା କରିଛନ୍ତି। ଆମେରିକାର ଏହି ମେଜର ଜେନେରାଲଙ୍କ ଫ‌ଟୋକୁ ସୋଭିଏତ ସଂଘର କମାଣ୍ଡର ବୋରିସ ଗ୍ରୋମଭ୍‌ଙ୍କ ସହ ତୁଳନା କରାଯାଇଛି। ୧୯୭୯ରେ ସୋଭିଏତ ଆଫଗାନିସ୍ତାନ ଅକ୍ତିଆର କରିଥିଲା। କିନ୍ତୁ ଆମେରିକା ପରି ସୋଭିଏତ ରୁଷ୍‌କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଥିଲା ବୋରିସ୍‌ ଆଫଗାନ ମାଟି ଛାଡ଼ିବାରେ ରୁଷ୍‌ର ଶେଷ ସୈନିକ ଥିଲେ।

ସମ୍ବନ୍ଧିତ ଖବର