ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନରେ ଆକ୍ସମ୍-୪ (ଆକ୍ସ-୪) ଅଭିଯାନର ଉତ୍କ୍ଷେପଣ ପଞ୍ଚମ ଥର ପାଇଁ ବିଳମ୍ବିତ ହୋଇଛି। ଗତ ସପ୍ତାହରେ ଜୁନ୍ ୧୯କୁ ଲଞ୍ଚ୍ର ସମ୍ଭାବ୍ୟ ତାରିଖ ଭାବେ ଘୋଷଣା କରାଯାଇଥିଲା। ନାସା, ଆକ୍ସମ୍ ସ୍ପେସ୍ ଓ ସ୍ପେସ୍ଏକ୍ସ ଏବେ ରବିବାର (ଜୁନ୍ ୨୨) ପୂର୍ବରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ (ଆଇଏସ୍ଏସ୍)କୁ ଆକ୍ସମ୍ ମିସନ-୪ର ଚତୁର୍ଥ ଘରୋଇ ମହାକାଶଚାରୀ ଅଭିଯାନ ହେବ ନାହିଁ ବୋଲି କହିଛନ୍ତି।
ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ବିବୃତିରେ କହିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଅଧିକାଂଶ ଭାଗରେ ନିକଟରେ ମରାମତି କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଉତ୍କ୍ଷେପଣ ତାରିଖରେ ପରିବର୍ତ୍ତନ ନାସାକୁ ମହାକାଶ କେନ୍ଦ୍ର କାର୍ଯ୍ୟର ମୂଲ୍ୟାଙ୍କନ ପାଇଁ ସମୟ ପ୍ରଦାନ କରିବ। ଏହି ମିସନ ପ୍ରଥମେ ମେ ୨୯ରେ ହେବାର ଥିଲା। କ୍ରୁ ଡ୍ରାଗନ ମଡ୍ୟୁଲରେ ବୈଷୟିକ ସମସ୍ୟା, ପ୍ରତିକୂଳ ପାଣିପାଗ ସ୍ଥିତି, ଫାଲକନ୍ ୯ ରକେଟ୍ରେ ତରଳ ଅମ୍ଳଜାନ ଲିକ୍ ଏବଂ ବର୍ତ୍ତମାନ ଆଇଏସ୍ଏସ୍ରେ ଆଉ ଏକ ବୈଷୟିକ ସମସ୍ୟା ଭଳି କାରଣରୁ ଏହାକୁ ବର୍ତ୍ତମାନକୁ ମିଶାଇ ୫ ଥର ସ୍ଥଗିତ ରଖାଯାଇଛି।