ଲ କମିସନ୍‌ ଅଧ୍ୟକ୍ଷ ହେଲେ ଜଷ୍ଟିସ ଋତୁରାଜ ଅୱସ୍ଥି

ବେଙ୍ଗାଲୁରୁ: ଦୀର୍ଘ ୪ ବର୍ଷର ବିରତି ପରେ କେନ୍ଦ୍ର ସରକାର ସୋମବାର ଦିନ ଭାରତର ଲ’ କମିସନ୍‌ (ବିଧି ଆୟୋଗ) ଗଠନ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥି ଲ କମିସନ୍‌ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ମଧ୍ୟ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କେଟି ଶଙ୍କରନ, ପ୍ରଫେସର ଆନନ୍ଦ ପଲିୱାଲ, ପ୍ରଫେସର ଡିପି ବର୍ମା, ପ୍ରଫେସର ଆର୍‌. ଆର୍ଯ୍ୟ ଏବଂ ଏମ୍‌ କରୁଣାନିଧିଙ୍କୁ କମିସନ୍‌ର ସଦସ୍ୟ ନିଯୁକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ସୁପ୍ରିମକାର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଏସ୍‌ ଚୌହାନଙ୍କ ଇସ୍ତଫା ସହ ଲ କମିଟି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଜଷ୍ଟିସ ଋତୁରାଜ ଅୱସ୍ଥି ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଥିଲେ। ଚଳିତ ବର୍ଷ ଜୁଲାଇରେ ସେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର