ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଆଇନ ମନ୍ତ୍ରୀ

ଲଖିମପୁର ଖେରି: ଲଖିମପୁର ଖେରି ହିଂସା ଘଟଣାରେ ପ୍ରାଣ ହରାଇଥିବା ବିଜେପି କର୍ମୀ ଶୁଭମ ମିଶ୍ର ଏବଂ ଡ୍ରାଇଭର ହରି ଓମ୍‌ଙ୍କ ପରିବାର ସଦସ୍ୟଙ୍କୁ ଆଜି ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଭେଟିଛନ୍ତି। ଗଣମାଧ୍ୟମରେ କୌଣସି ପ୍ରତ୍ରିକ୍ରିୟା ରଖିବାପାଇଁ ଅନିଚ୍ଛୁକ ଥିବା ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ଆଜି ଅଚାନକ ଯାଇ ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ମନ୍ତ୍ରୀଙ୍କ ସହ ଜିଲ୍ଲା ବିଜେପି ମୁଖ୍ୟ ସୁନିଲ ସିଂହ, ଜିଲ୍ଲା ଉପସଭାପତି ବିଜୟ ଶୁକ୍ଳା, ଅନୁରାଗ ମିଶ୍ର ଶୁଭମ ମିଶ୍ରଙ୍କ ଘରକୁ ଯାଇଥିଲେ। ମୃତକଙ୍କ ପରିବାର ସଦସ୍ୟଙ୍କୁ ‌ସେମା‌ନେ ଗଭୀର ସମବେଦନା ଜଣାଇଛନ୍ତି। ଏହି ବିଜେପି କର୍ମୀମାନଙ୍କୁ କେତେକ ଚାଷୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀମାନଙ୍କୁ ଠାବ କରି କଠୋର ଦଣ୍ଡବିଧାନ କରିବା ପାଇଁ ପରିବାର ସଦସ୍ୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର