ଆଇନ ଛାତ୍ରଙ୍କୁ ହତ୍ୟା ପରେ ବସ୍ତାରେ ବାନ୍ଧି ଡ୍ରେନ୍‌ରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଜଣେ ୨୧ ବର୍ଷୀୟ ଛାତ୍ର ୟାଶ ରସତୋଗିଙ୍କୁ ହତ୍ୟା କରାଯାଇଛି। ଖାଲି ହତ୍ୟା ନୁହେଁ ହତ୍ୟା ପରେ ତାଙ୍କ ମର ଶରୀରକୁ ଏକ ବସ୍ତାରେ ପୂରାଇ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଥିଲା। ଜୁନ୍‌ ୨୭ରୁ ସମ୍ପୃକ୍ତ ଛାତ୍ର ଜଣଙ୍କ ନିଖୋଜ ଥିଲେ। କିନ୍ତୁ ୫ ଦିନ ପରେ ତାଙ୍କ ମୃତଦେହ ଏକ ବସ୍ତାରୁ ମିଳିଛି। ତାଙ୍କ ପରିବାର ସଦସ୍ୟ ଏନେଇ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଶାଭେଜ, ଇମ୍ରାନ ଏବଂ ସଲମାନ୍‌। ମିଳିଥିବା ସୂଚନାନୁଯାୟୀ ମୃତ ୟାଶ ରସତୋଗି ବିଭିନ୍ନ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ଅଭିଯୁକ୍ତମାନଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ତେବେ ସେ ସେମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ସେମାନଙ୍କୁ ବ୍ଲାକମେଲ୍‌ କରିଥିଲେ। ଅଭିଯୁକ୍ତମାନେ ୟାଶଙ୍କୁ ଗତ ମାସ‌ରେ ୪୦ ହଜାର ଟଙ୍କା ଦେଇଥିଲେ। ଏହାପରେ ମଧ୍ୟ ୟାଶ ଅଧିକ ଟଙ୍କା ଦାବି କରିଥିଲେ। ଫଳରେ ତାଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର