ବିରୁଟ: ଲେବାନନ୍ର ରାଜଧାନୀ ବିରୁଟ୍ରେ ଗତ ସପ୍ତାହରେ ହୋଇଥିବା ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଅକଳ୍ପନୀୟ କ୍ଷୟକ୍ଷତି ଘଟିଥିବା ବେଳେ ଦେଶବ୍ୟାପୀ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି। ବିସ୍ଫୋରଣରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁଁ ପ୍ରାୟ ୩ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ଏଭଳି ସ୍ଥିତିରେ ଆଜି ଲେବାନନ ସରକାର ଇସ୍ତଫା ଦେଇଛନ୍ତି। ପୂର୍ବରୁ କେତେକ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ହସନ୍ ଦିୟାବଙ୍କ ସମେତ ସମସ୍ତ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବିସ୍ଫୋରଣ ମାମଲାରେ ଏ ପର୍ଯ୍ୟନ୍ତ ୨୦ ଲୋକଙ୍କୁ ଗିରଫ କରାଯାଇଛି।
ବିରୁଟ୍ ବିସ୍ଫୋରଣକୁ ନେଇ ଲେବାନନ୍ ସରକାରର ଇସ୍ତଫା
/sambad/media/post_attachments/wp-content/uploads/2020/08/Beirut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)