୧୯୬୧ରୁ ଚାଲିଛି ଏଲ୍‌ଜି ପଲିମର୍ସ କାରଖାନା

ବିଶାଖାପାଟଣା: ବିଶାଖାପାଟଣା ଠାରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା କାରଖାନାର ନାମ ହେଉଛି ଏଲ୍‌ଜି ପଲିମର୍ସ। ଦକ୍ଷିଣ କୋରିଆର ‌ବ୍ୟାଟରି ନିର୍ମାତା ଏଲ୍‌ଜି କେମିକାଲ ଲିମିଟେଡ୍‌ ମାଲିକାନାରେ ଏହି କମ୍ପାନି ଏବେ ରହିଛି। ବିଜୁଳି ପଙ୍ଖାର ବ୍ଲେଡ୍‌, କପ୍, କଟଲେରି ଓ ପ୍ରସାଧାନ ସାମଗ୍ରୀ ରଖିବା ଲାଗି ବ୍ୟବହୃତ ପାତ୍ର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଏଠାରେ ନିର୍ମାଣ କରାଯାଇଥାଏ। ଉକ୍ତ କାରଖାନା ଷ୍ଟାଇରିନ୍ ନାମକ ଏକ ଗ୍ୟାସକୁ କଞ୍ଚାମାଲ ଭାବେ ବ୍ୟବହାର କରି ଏସବୁ ଉତ୍ପାଦ ପ୍ରସ୍ତୁତ କରିଥାଏ। ଷ୍ଟାଇରିନ୍ ଅତ୍ୟନ୍ତ ଦହନଶୀଳ ଗ୍ୟାସ୍। ଉକ୍ତ ଗ୍ୟାସକୁ ଜାଳିଲେ ସେଥିରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ।

୧୯୬୧ ମସିହାରେ ଏଠାରେ ହିନ୍ଦୁସ୍ତାନ ପଲିମର୍ସ ନାମରେ କମ୍ପାନି ସ୍ଥାପନ ହୋଇଥିଲା। ପଲିଷ୍ଟାଇରିନ୍ ଏବଂ କୋ-ପଲିମର ନିର୍ମାଣ ପାଇଁ ଏହି କାରଖାନା ସ୍ଥାପନ କରାଯାଇଥିଲା। ୧୯୭୮ ମସିହାରେ ୟୁବି ଗ୍ରୁପ୍‌ର ମ୍ୟାକ୍‌ ଡୋ‌ୱେଲ ଆଣ୍ଡ ‌କମ୍ପାନି ଲିମିଟେଡ ସହିତ ଉକ୍ତ କମ୍ପାନିର ମିଶ୍ରଣ ହୋଇଥିଲା। ସେହିବର୍ଷ ଉକ୍ତ କମ୍ପାନିକୁ ଦକ୍ଷିଣ କୋରିଆର ଏଲ୍‌ଜି କେମିକାଲ ଅଧିଗ୍ରହଣ କରିଥିଲା। ଏହାପରେ ଉକ୍ତ କମ୍ପାନିର ନାମକୁ ଏଲ୍‌ଜି ପଲିମର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଲ୍‌ଜିପିଆଇ) ଭାବେ ବଦଳାଇ ଦିଆଯାଇଥିଲା। ପଲିଷ୍ଟାଇରିନ୍ ଏବଂ ସମ୍ପ୍ରସାରଣଶୀଳ ପଲିଷ୍ଟାଇରନ୍ ନିର୍ମାଣରେ ଏହାକୁ ଭାରତର ଏକ ପ୍ରମୁଖ କମ୍ପାନି ଭାବେ ବିବେଚନା କରାଯାଇଥାଏ।

ସମ୍ବନ୍ଧିତ ଖବର