ହ୍ୟୁଷ୍ଟନ: ମଙ୍ଗଳବାର ଆମେରିକାର ହ୍ୟୁଷ୍ଟନସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରେ ବିଜୁଳି କଟିବା ଯୋଗୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ମିସନ କଣ୍ଟ୍ରୋଲ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ପ୍ରଥମ ଥର ପାଇଁ ନାସାକୁ ଏହାର କ୍ୟାକ୍ଅପ୍ କଣ୍ଟ୍ରୋଲ ବ୍ୟସ୍ଥା ଉପରେ ନିର୍ଭର କରିବାକୁ ପଡ଼ିଥିଲା। କିନ୍ତୁ ବିଜୁଳି କଟିଯିବା ପରେ ମିସନ କଣ୍ଟ୍ରୋଲ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଉପରୁ ନିଜର ଯୋଗାଯୋଗ ଓ ନିୟନ୍ତ୍ରଣ ହରାଇଥିଲା। ହ୍ୟୁଷ୍ଟନସ୍ଥିତ ଜନସନ ମହାକାଶ କେନ୍ଦ୍ରରେ ଏକ ଉନ୍ନୟନ କାର୍ଯ୍ୟ ସମୟରେ ଏହି ଘଟଣା ଘଟିଥିଲା ଏବଂ ମହାକାଶ କେନ୍ଦ୍ରରେ ଥିବା ବୈଜ୍ଞାନିକମାନଙ୍କୁ ରୁଷୀୟ କମ୍ୟୁନିକେସନ ବ୍ୟବସ୍ଥା ମାଧ୍ୟମରେ ଏ ବିଷୟରେ ଅବଗତ କରାଯାଇଥିଲା। ୯୦ ମିନିଟ ପରେ ବ୍ୟାକ୍ଅପ୍ କଣ୍ଟ୍ରୋଲ ବ୍ୟବସ୍ଥା ଦ୍ବାରା ଯୋଗାଯୋଗ ବ୍ୟବସ୍ଥାକୁ ସ୍ବାଭାବିକ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp