ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇ ଆଜି ଅଦାଲତରେ ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ କରିଛନ୍ତି। ଏଭଳି କରିବାରେ ଗୁଜରାଟ ହାଇକୋର୍ଟ ଦେଶର ପ୍ରଥମ ଅଦାଲତ ପାଲଟିଛି। ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଏନ୍ ଭି ରମଣା ଆଜି ଏହାକୁ ଉଦ୍ଘାଟନ କରି କହିଛନ୍ତି ଯେ ସୁପ୍ରିମ୍ କୋର୍ଟ ଶୁଣାଣିର ମଧ୍ୟ ସିଧାପ୍ରସାରଣ ଖୁବ୍ଶୀଘ୍ର ଆରମ୍ଭ ହେବ। ଏବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଶୁଣାଣିର ତଥ୍ୟ ସବୁ ଯେଭଳି ଉପାୟରେ ଏବଂ ଯେଉଁ ମାଧ୍ୟମରେ ସାର୍ବଜନୀନ ହେଉଛି ସେଥିରେ ଖଣ୍ଡପୀଠ ଟିପ୍ପଣୀ ଏବଂ ପର୍ଯ୍ୟବେକ୍ଷଣର ଭୁଲ୍ ବ୍ୟାଖ୍ୟା ମଧ୍ୟ ହେଉଛି। ପ୍ରକୃତ ତଥ୍ୟ ନଥିବାରୁ ନ୍ୟସ୍ତ ସ୍ବାର୍ଥ ଲୋକେ ଭୁଲ୍ ବ୍ୟାଖ୍ୟା କରି ଅନୁଷ୍ଠାନକୁ ବଦନାମ କରିବା କିମ୍ବା ଅଡ଼ୁଆରେ ପକାଇବାରେ ସଫଳ ହେଉଛନ୍ତି। ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ ହେଲେ ଅନେକ ବିଭ୍ରାନ୍ତି ଦୂର ହୋଇଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ସୁପ୍ରିମ୍ କୋର୍ଟ ଶୁଣାଣିର ସିଧାପ୍ରସାରଣ ଖୁବ୍ଶୀଘ୍ର: ପ୍ରଧାନ ବିଚାରପତି
/sambad/media/post_attachments/wp-content/uploads/2021/07/5s6df4h56fs456h4fs564fhsfhsfshfhfhsfhfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)