ନୂଆଦିଲ୍ଲୀ: କ୍ୟାସ୍‌ ଫର୍‌ ‌କ୍ବେରି’ ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଅ। ସଂସଦର ହାଉସିଂ କମିଟି ସହରାଞ୍ଚଳ ବିକାଶ ମନ୍ତ୍ରାଳୟକୁ ଏଥିପାଇଁ ଚିଠି ଲେଖିଛି। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଉପହାର ନେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସଦାଚାର କମିଟି ରିପୋର୍ଟ ଦେବା ପରେ ଗତ ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବିଦା କରାଯାଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକ୍ରମେ ସଦାଚାର କମିଟି ତାଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେଇଥିଲା। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କଠାରୁ ଉପହାର ନେଇ ଲୋକସଭାରେ ଆଦାନି ଗ୍ରୁପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମହୁଆ ପ୍ରଶ୍ନ କରୁଥିବା ଅଭିଯୋଗ ହୋଇଥିଲା।