୧୧୮ ଦିନରେ ସର୍ବନିମ୍ନ ସଂକ୍ରମଣ, ପୂର୍ବ ମାମଲା ପାଇଁ ମୃତ୍ୟୁସଂଖ୍ୟା ୨ହଜାରରୁ ଅଧିକ

ନୂଆଦିଲ୍ଲୀ : ଦେଶରେ ୩୧,୪୪୩ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି। ୧୧୮ ଦିନରେ ଏହା ସବୁଠୁ କମ୍‌ ସଂକ୍ରମଣ। ଅନ୍ୟପକ୍ଷେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨,୦୨୦ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କର‌ାଯାଇଛି। ମଧ୍ୟପ୍ରଦେଶ ଏହାର ପୁରୁଣା କରୋନା ମୃତ୍ୟୁ ସଂଖ୍ୟା ଯୋଡ଼ିଥିବାରୁ ଆଜି ଦେଶରେ ମୃତ୍ୟୁସଂଖ୍ୟା ୨ ହଜାରରୁ ଅଧିକ ରହିଛି ଏବଂ କରୋନା ମୃତ୍ୟୁହାର ୧.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୩୫ ଦିନ ଧରି ଦେଶରେ ସଂକ୍ରମଣ ୧ ଲକ୍ଷ ତଳେ ରହିଛି। ଆଜି ସକ୍ରିୟ ମାମଲା ୪,୩୧,୩୧୫ ରହିଥିବା ବେଳେ ୧୦୯ ଦିନରେ ଏହା ସବୁଠୁ କମ୍‌। ମୋଟ୍‌ ସଂକ୍ରମଣ ମାମଲାର ଏହା ୧.୪ ପ୍ରତିଶତ। ଦେଶରେ ମୋଟ୍‌ ୩୮,୧୪,୬୭,୬୪୬ ଜଣ କରୋନା ଟିକା ନେଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ୪୦,୬୫,୮୬୨ ଟିକା ଦିଆଯାଇଛି। ଉତ୍ତରପୂର୍ବ ରଜ୍ୟମାନଙ୍କରେ ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୮ ଉତ୍ତରପୂର୍ବ ରାଜ୍ୟର ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର