୨୩୦ ଦିନରେ ସବୁଠୁ କମ୍‌ ସଂକ୍ରମଣ

ମୁମ୍ବାଇରେ ‌ରେକର୍ଡ: ରବିବାର କୋଭିଡ୍‌ରେ କାହାରି ମୃତ୍ୟୁ ହୋଇ ନାହିଁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୩,୫୯୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୩୦ ଦିନରେ ଏହା ଦେଶରେ ସବୁଠୁ କମ୍ ସଂକ୍ରମଣ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୬୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୨,୨୯୦କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୪,୩୯,୩୩୧ରେ ପହଞ୍ଚିଛି। ଆରୋଗ୍ୟ ହାର ୯୮.୧୨ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରେ ଏହା ଦେଶରେ ସର୍ବାଧିକ କୋଭିଡ ଆରୋଗ୍ୟ ହାର। ଦେଶରେ ସକ୍ରିୟ ମାମଲା ଏବେ ୧,୮୯,୬୯୪। ଏହା ୨୨୧ ଦିନରେ ସବୁଠୁ କମ୍‌। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧ ପ୍ରତିଶତରୁ କମ୍‌ ଅଛି। ଦେଶରେ ସକ୍ରିୟ ମାମଲା ଏବେ ମୋଟ୍‌ ସଂକ୍ରମଣ ମାମଲାର ୦.୫୬ ପ୍ରତିଶତ। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୮୪.୯୯ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ୭,୫୫୫ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭୧୫, ତାମିଲନାଡ଼ୁରେ ୧୨୧୮, ପଶ୍ଚିମବଙ୍ଗରେ ୬୨୪ ଏବଂ ଓଡ଼ିଶାରେ ୪୪୩ ମାମଲା ଚିହ୍ନଟ ହୋଇଛି। କେରଳରୁ କେବଳ ୫୫.୫୭ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ହୋଇଥିବା ମୋଟ୍‌ ୧୬୬ ମୃତ୍ୟୁରୁ କେରଳରେ ସର୍ବାଧିକ ୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି।

ମୁମ୍ବାଇରେ ‌ରେକର୍ଡ: ରବିବାର କୋଭିଡ୍‌ରେ କାହାରି ମୃତ୍ୟୁ ହୋଇ ନାହିଁ
ମୁମ୍ବାଇ : ମହାମାରୀ କରୋନା ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ମୁମ୍ବାଇରେ କରୋନାରେ କାହାରି ମୃତ୍ୟୁ ହୋଇ ନଥିବା ରିପୋର୍ଟ ମିଳିଛି। ମୁମ୍ବାଇ ସିଭିକ୍‌ କମିସନର୍‌ ଇକ୍‌ବାଲ ସିଂହ ଚହଲ କହିଛନ୍ତି, ୨୦୨୦ ମାର୍ଚ୍ଚ ୨୬ରୁ କୋଭିଡ୍‌-୧୯ କାୟା ବିସ୍ତାର କରି ଚାଲିଥିବାବେଳେ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଲାଗି ରହିଥିଲା। ହେଲେ ପ୍ରଥମ ଥର ରବିବାର ମୃତ୍ୟୁସଂଖ୍ୟା ‘୦’ ରେକର୍ଡ ହୋଇଛି। ଏହା ଆମ ପାଇଁ ଖୁସି ଖବର। ଏଥିପାଇଁ ସେ ଏମ୍‌ସିଜିଏମ୍‌ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଚହଲ କହିଛନ୍ତି, ମୁମ୍ବାର ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ୫୫ ପ୍ରତିଶତ ପୂରା ଡୋଜ୍‌ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର